BREAKING
Loading...
:

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଟେଣ୍ଡାଣ୍ଟଙ୍କୁ ଛୁରା ମାଡ଼ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସେନ କୁ ସ୍ଥାନାନ୍ତର l

 ବୌଦ୍ଧ  ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଟେଣ୍ଡାଣ୍ଟଙ୍କୁ ଛୁରା ମାଡ଼ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସେନ କୁ ସ୍ଥାନାନ୍ତର l




ବୌଦ୍ଧ ( ସଞ୍ଜୟ କୁମାର ନନ୍ଦ) ଜିଲ୍ଲା ମୁଖ୍ୟଡାକ୍ତରଖାନା ପରିସରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଆଟେଣ୍ଡଣ୍ଡାଣ୍ଟ ଙ୍କୁ ଛୁରାମାଡ ହୋଇଥିବା ଜଣାପଡିଛି l ଛୁରାମାଡରେ ଗୁରୁତ୍ୱର ଆଟେଣ୍ଡlଣ୍ଟ ଙ୍କୁ ବୁର୍ଲା ଭୀମସେନ କୁ ସ୍ଥାନlନ୍ତରିତ କରାଯାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଆଟେଣ୍ଡାଣ୍ଟ କାର୍ଯ୍ୟ କରୁଥିବା ବୌଦ୍ଧ ସହର ବାପୁଜିନଗର ସାହିର ରଞ୍ଜନ ନାୟକ ଙ୍କୁ କୌଣସି କାରଣ ରୁ ଶତ୍ରୁତା ହୋଇ ଜଣେ ଯୁବକ ଏକ ଛୁରୀରେ ପଛପଟୁ ଆକ୍ରମଣ କରିଥିଲା l ଫଳରେ ରଞ୍ଜନ ଗୁରୁତ୍ୱ ର ଆହତ ହୋଇଥିଲେ l ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ୧0୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଭୀମସେନ କୁ ସ୍ଥାନାନ୍ତରିତ କରାଯାଇଛି l ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି l

ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS