BREAKING
Loading...
:

ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜାରେ ଯୋଗ ଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜାରେ ଯୋଗ ଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା




ଗଣିଆ (ମଣିଭଦ୍ରା ଖବର) ପବିତ୍ର ବିଶ୍ଵକର୍ମା ପୂଜା ଉପଲକ୍ଷେ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ବ୍ଳକର ଇଶ୍ବରପୁର, ଗଣିଆ ବଜାର, ଧୂଆଁମଡା,ସିତୁଳିଆ ସାହିରେ ଏହି ପୂଜା ଉପଲକ୍ଷେ ବିରାଟ ତୋରଣ ସାଂଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷକରି ଆଡକଟା ସିତୁଳିଆ ସାହିରେ ଗରୀବ ନିରିହ ଜନସାଧାରଣ ନିଜ ହାତରୁ ଚାନ୍ଦା ଆଦାୟ କରି ସୁନ୍ଦର ଭାବେ ସାଜସଜ୍ଜା କରିଥିଲେ । ଗଣିଆ ଘରୋଇ ମୋଟର କର୍ମଚାରୀ ସଂଘ ପକ୍ଷରୁ ସାଜସଜ୍ଜା ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ଜଣାପଡିଛି ।  ଏହି ଅବସରରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଆଡକଟା ସରପଞ୍ଚ ସୁଭାଷିନୀ ବାରିକି, ବିଜେଡି ନେତ୍ରୀ ଇପସିତା ପ୍ରିୟଦର୍ଶିନୀଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ବିଧାୟକ ସଂଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପ ନିକଟରେ ପହଞ୍ଚି ସଭାରେ ଯୋଗ ଦେଇଥିଲେ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା, ନୂଆଗାଁ ଏବଂ ଗଣିଆ ବ୍ଲକର ବିଭିନ୍ନ ପୂଜା ମଣ୍ଡପ ଦିନ ତମାମ ପରିଦର୍ଶନ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ବିଭିନ୍ନ ସ୍ଥାନରେ ବିଧାୟକଙ୍କୁ ଉଛ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । 



ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS