ବିଧାୟକଙ୍କ ସାଥିରେ ଆଞ୍ଚଳିକ ସାମ୍ବାଦିକ ସଂଘ, ବିଧାୟକ ଏବଂ ବ୍ଳକ ଅଧ୍ୟକ୍ଷାଙ୍କୁ ଭେଟିଲେ ସାମ୍ବାଦିକ
ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଦୀର୍ଘ ଦିନ ହେବ ଦୁଇଟି ସାମ୍ବାଦିକ ସଂଘ କାର୍ଯ୍ୟ କରୁଥିବା ବେଳେ ତାହା ଏବେ ମିଳିତ ଭାବେ ଏକାଠି ହୋଇ ଆଞ୍ଚଳିକ ସାମ୍ବାଦିକ ସଂଘ ନାମରେ ନାମିତ ହୋଇଛି । ଏହି ଅବସରରେ ସଂଘର ସମସ୍ତ ସାମ୍ବାଦିକ ଗଣିଆ ଡ଼ାକବଙ୍ଗଳା ପରିସରରେ ଏକତ୍ରିତ ହୋଇ ବିଧାୟକଙ୍କୁ ଭେଟିଥିଲେ । ଗଣିଆରେ ଗୋଟିଏ ସାମ୍ବାଦିକ ସଂଘ ହେବା ପାଇଁ ଦୀର୍ଘ ଦିନ ଧରି ବିଧାୟକ ଆଶା ପୋଷଣ କରିଥିବା ବେଳେ ତାହା ସଫଳ ହୋଇଛି । ସଂଘ ତରଫରୁ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କୁ ଭେଟି ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ବିଧାୟକଙ୍କ ସାଥିରେ ଆଞ୍ଚଳିକ ସାମ୍ବାଦିକ ସଂଘ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ସହଯୋଗର ହାତ ବଢାଇବ ବୋଲି ସଂଘର ଉପଦେଷ୍ଟା ଦେବୀ ପ୍ରସାଦ ଦାଶ ଜଣାଇଥିଲେ । ସଂଘର ସ୍ଥାୟୀ ଗୃହ ନିର୍ମାଣ କରିବା ପାଇଁ ସଂଘ ତରଫରୁ ନିବେଦନ କରାଯାଇଥିଲା । ଖୁବଶିଘ୍ର ବିଧାୟକଙ୍କ ପାଣ୍ଠିରୁ ସଂଘର ନୂତନ ଗୃହ ନିର୍ମାଣ କରିବା ପାଇଁ ଅର୍ଥ ମଞ୍ଜୁର କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ଆଗାମୀ ଦିନରେ ଓଡିଶାରେ ଆଦର୍ଶ ହେଉ ବୋଲି ସେ ମତ ଦେବା ସହିତ ସମସ୍ତ ସାମ୍ବାଦିକଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଅନେକ ସମୟରେ ସାମ୍ବାଦିକ ମାନଙ୍କୁ ପ୍ରଶାସନିକ ଅଧିକାରୀ ମାନଙ୍କ ତରଫରୁ ଅଣଦେଖା କରାଯାଇଥିବା ସାମ୍ବାଦିକ ମାନେ ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କୁ ଅଭିଯୋଗ କରିଥିଲେ । ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବାକୁ ଅଧ୍ୟକ୍ଷା ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ସଭାପତି ଅଖିଳ ପାଣିଗ୍ରାହୀ, ଉପସଭାପତି ସମୀର କୁମାର ବେହେରା, ସମ୍ପାଦକ ସନ୍ତୋଷ ପ୍ରଧାନ, ଉପଦେଷ୍ଟା ଦେବୀ ପ୍ରସାଦ ଦାଶ, ବିଶ୍ବରଂଜନ ସେଠୀ, ଅଶୋକ କୁମାର ବେହେରା,ପ୍ରତାପ କୁମାର ରାଉତ, ବ୍ରଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



Post a Comment