ମନମୁଣ୍ଡା ପୋଲିସ କୁ ବଡ ଧରଣର ସଫଳତା, ୬୪୦ ବୋତଲ କଫ ସିରଫ ଜବତ, ଜଣ ଗିରଫ,
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା ର ମନମୁଣ୍ଡା ଥାନା ମନମୁଣ୍ଡା NH 57 ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ଆଜି ସକାଳ ୧୧ଘଣ୍ଟା ସମୟରେ ଗାଡି ମଟର ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗ ର ସୁଇପ୍ଟ ଡିଜାର କାର ପୋଲିସ କୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡି କୁ ପିଛା କରି ଅଟକାଇ ଥିଲା। ଗାଡି ଟିକୁ ତନାଖି କରିବାରୁ ବିପୁଳ ପରିମାଣରେ କଫ ସିରଫ ଓ ଟେବ୍ଲେଟ ଥିଲା, ।ପୋଲିସ କଫ ସିରଫ ର କାଗଜପତ୍ର ମାଗିବାରୁ ଗାଡିରେ ଥିବା ବଲାଙ୍ଗୀର ଜିଲ୍ଲା ମାଲପଡା ର ଜଗବନ୍ଧୁ ମେହେର [୩୩] ଦେଇପାରି ନ ଥିଲେ ।ତେବେ କଫସିରବ ଗୁଡିକ ବେଆଇନ ଭାବରେ ଚାଲାଣ କରୁଥିବାରୁ ମନମୁଣ୍ଡା ପୋଲିସ ତରଫରୁ କେସ୍ ନଂ ୧୬୮୵୨୨ Act ୨୭୩,୨୭୪,୨୭୫, ରେ ମାମଲା ରୁଜୁ କରି କଫସିରବ, ଗାଡି କୁ
ଜବତ କରିବା ସମେତ ଜଗବନ୍ଧୁ ମେହେର ଙ୍କୁ କୋଟ ଚାଲାଣ କରିଥିବା ନେଇ ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।
ରିପୋର୍ଟ, ଉଗ୍ରସେନ କର୍ମୀ,ସୁବର୍ଣ୍ଣପୁର



Post a Comment