BREAKING
Loading...
:

ଶାଳ କାଠ ଶହ ଗାଡି ଜବତ,୨ ଗିରଫ

 ଶାଳ କାଠ ଶହ ଗାଡି ଜବତ,୨ ଗିରଫ 





 ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ନିକଟରେ ଗତକାଲି  ବିଳମ୍ବିତ ରାତି ସମୟରେ ବିନିକା ବନ ବିଭାଗ ଗୋଟିଏ ଶାଳ କାଠ ବୋଝେଇ ପିକଅପ ଗାଡି କୁ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଳେ ବରଗଡ଼ ଜିଲ୍ଲା ଭେଡେନ ଥାନା ଝାରପାଲି ଗ୍ରାମର ରାଜିବ ମହାନନ୍ଦ (21) ଏବଂ ତାଙ୍କ ସହଯୋଗୀ ବିନିକା ଥାନା ମଣିଗାଁ ଗ୍ରାମର ରାଜକୁମାର ବିଭାର (35) l ସୂଚନା ଅନୁସାରେ ଗତକାଲି ରାତି ରେ ମହାନଦୀ ଆର ପଟରୁ ଶାଳ କାଠ ଚୋରା ଚାଲାଣ ହେଉଥିବା ବିନିକା ବନ ବିଭାଗ ଖବର ପାଇଥିଲା l ତେବେ ମହାନଦୀ ବ୍ରିଜ ନିକଟରେ ବନବିଭାଗ ଛପି ରହିଥିବା ବେଳେ ଠିକ ସେହି ସମୟରେ ଏକ ପିକଅପ ରେ ଉକ୍ତ ଦ୍ବୟ ଅଭିଯୁକ୍ତ 23 ଟି ଶାଳ କାଠ ଗଣ୍ଡି ନେଇକି ଆସୁଥିଲେ l ତାଙ୍କୁ ଅଟକାଇବା ସହିତ କାଠ ଓ ଗାଡି କୁ ଜବତ କରି ବିନିକା ବନ ବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ l ଏକ ମାମଲା ରୁଜୁ କରି ସେମାନ ଙ୍କୁ ଗିରଫ କରିବା ସହିତ ବିନିକା କୋର୍ଟ କୁ ଚାଲାଣ କରାଯାଇଛି l ଜବତ କାଠ ର ଆନୁମାନିକ ମୂଲ୍ୟ 60 ହଜାର ରୁ ଅଧିକ ହେବ ବୋଲି ସୂଚନା ଦିଆଯାଇଛି l ଏହି ଚଢ଼ାଉ ରେ ବିନିକା ବନବିଭାଗ ଅଧିକାରୀ ଡମ୍ବରୁଧର ପ୍ରଧାନ, ବିନିକା ଫରେଷ୍ଟର ଜନାର୍ଦ୍ଧନ ସ୍ୱାଇଁ, ଫୋରେଷ୍ଟ ଗାର୍ଡ ରାମଶଙ୍କର ମେହେର ପ୍ରମୁଖ ଙ୍କ ସମେତ ଷ୍ଟାପ ସାମିଲ ଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS