ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାରl ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଇରମାଳ ଗ୍ରାମରେ l ଆଜି ଜଣେ ଯୁବକ ବେକରେ ଦଉଡ଼ି ଲଗାଇଆତ୍ମ ହତ୍ୟା କରିଥିବା ଜଣାପଡିଛି l ।ମିଳିଥିବା ସୂଚନା ଅନୁଯାୟୀ ଖଇରମାଳ ଗ୍ରାମର ସାଗର ମହଲା (୨୦) ଗତ ରାତିରେ ଖାଇ ପିଇ ଶୋଇଥିଲେ।ସେ ସୋନପୁର କୁଞ୍ଜ ଛକ ନିକଟରେ ଫଳ ମୂଳ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ।ଆଜି ସକାଳେ ସାଗର ନ
ଉଠିବାରୁ ତାଙ୍କ ବଡବାପା ସୀତାରାମ ମହଲା କବାଟ ବାଡେଇ ଡାକିଥିଲେ l ସାଗର ନ ଶୁଣିବାରୁ ଘରର ସ୍କାଇଲାଇଟ୍ ପଟୁ ଦେଖିଥିଲେ।ସାଗରର ଶରୀର ଘର ଭିତରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ମନମୁଣ୍ଡା ପୋଲିସ କୁ ଖବର ଦେଇଥିଲେ।ସାଗର ଙ୍କ ବାପା ମାଁ କିଛି ବର୍ଷ ପୂର୍ବେ ପୃଥକ ପୃଥକ ଭାବେ ମୃତ୍ୟୁବରଣ କରିଥିଲେl ପୁଣି ସମାନ ଢଙ୍ଗରେ ସାଗରଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ମନ ମୁଣ୍ଡା ହସ୍ପିଟାଲ କୁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମନ ମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


Post a Comment