ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ
ଭୁବନେଶ୍ୱର (ମଣିଭଦ୍ରା ଖବର)ବିଜେପି ବିଧାୟକ ବିଷ୍ଣୁସେଠୀଙ୍କ ପରଲୋକ । ବହୁ ଦିନ ହେଲା ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । କିଡନୀ ରୋଗରେ ପିଡିତ ଥିଲେ ବିଷ୍ଣୁସେଠୀ । ଏମ୍ସର ଅତିରିକ୍ତ ଅଧିକାରୀ ଏହି ସୂଚନା ଦେଇଛନ୍ତି । ୬୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି ।ଏମ୍ସ ନୀରକ୍ଷକ ପ୍ରଭାସ ରଞ୍ଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ଜଣେ ନେତା ନୁହେଁ ବରଂ ବିରୋଧୀ ଦଳର ଉପନେତା ଥିଲେ ବିଷ୍ଣୁ ସେଠୀ ।ଲୋକମାନଙ୍କ ହକ ପାଇଁ ବିଧାନ ସଭା ଟୟଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ତାଙ୍କର ରଣ ହୁଙ୍କାର ଶୁଣବାକୁ ମିଳୁଥିଲା । ଯାହାକି ଆଜି ଚିର ଦିନ ପାଇଁ ନିସ୍ତବ୍ଦ ହୋଇ ଗଲା । ବିରୋଧୀ ମାନଙ୍କର ଆଗ ଧାଡିର ନେତା ଥିଲେ ବିଷ୍ଣୁ ସେଠୀ l
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment