ଜାତି ଭାଇଙ୍କ ଆଗରେ ହାରିଗଲା ମମତା : ଘା’ ଭଲ ନହେବାରୁ ମା’କୁ ଶ୍ମଶାନରେ ଛାଡ଼ିଦେଲେ ଦୁଇ ନୃଶଂସ କୁଳାଙ୍ଗାର ପୁଅ l
ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ମୋତେ ଭାରି ଡର ଲାଗୁଛି । ଏଠି ବନ୍ୟା ଓ ସାପର ଭୟ । କିନ୍ତୁ ସାମାଜିକ ବାସନ୍ଦ ହେତୁ ମୁଁ ଏଠି ପଡିରହିଛି । ’ ବନ୍ୟା ସମୟରେ ରୋଗୀଣା ବୃଦ୍ଧାଙ୍କୁ ନଈ କୂଳ ଶ୍ମଶାନରେ ଠାରେ ଛାଡ଼ିଦେଲେ ଦୁଇ ନୃଶଂସ କୁଳାଙ୍ଗାର ପୁଅ । କିଟି କିଟି ଅନ୍ଧାର ରାତି ଭିତରେ ମହାନଦୀ କୂଳରେ ଭୟଙ୍କର ଦୃଶ୍ୟ ସେଥି ଥିବା ଶ୍ମଶାରେ ଛୋଟ ତାରପୋଲିନ କୁଡିଆ । ଆଉ କୁଡିଆ ଭିତରେ ସେ ଏକା ରହୁଛନ୍ତି ନାରାଶ୍ରୟ ବୃଦ୍ଧା । ବନ୍ୟା ଭୟ ଭିତରେ ଶ୍ମଶାନରେ ପଡ଼ି ରହିଛନ୍ତି ଅସହାୟ ବୃଦ୍ଧା ଜଣକ । ତାଙ୍କ ଦୁଃଖ ଶୁଣିଲେ କାହା ଆଖିକୁ ବି ଆପେ ଆପେ ଲୁହ ଆସିଯିବ ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଗାଁର ସ୍ୱର୍ଗତ ରାମ ସାହୁଙ୍କ ଦ୍ୱତୀୟ ପତ୍ନୀ ଚଞ୍ଚଳା ସହୁ । କୌଣସି କାରଣରୁ ଚଞ୍ଚଳାଙ୍କ ଗୋଡରେ ଏକ ଘା ହେଇଯିବା ସହ କ୍ୟାନସର ମଧ୍ୟ ହୋଇଯାଇଛି । ପରିବାର ଲୋକ ସୋନପୁର ସମେତ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇଲେ । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆଉ ଅଧିକ ଚିକିତ୍ସା କରାଇପାରିଲେ ନାହିଁ । ଏହାରି ଭିତରେ ଚଞ୍ଚଳାଙ୍କ ଗୋଡର ଘା ର ଅବସ୍ଥା ଅଧିକ ଗୁରୁତର ହୋଇପଡିଲା । ଏଣୁ ଏବେ ଘଟଣାଟି ପ୍ରଘଟ ହେବାପରେ ଅଡ଼ି ବସିଲେ ଜାତି ଓ ସମାଜର ଲୋକ । ଚଞ୍ଚଳାଙ୍କୁ ତୁରନ୍ତ ଘରୁ ବାହାର କର ନଚେତ ଜାତି ଓ ସମାଜରୁ ପୁରା ପରିବାରକୁ ବାସନ୍ଦ କରିଦିଆଯିବ ବୋଲି ଧମକ ଦେଇଥିଲେ ତାଙ୍କର ଜାତି ସମାଜ । ଜାତିର ଏଭଳି ଧମକ ପରେ ବାଧ୍ୟହୋଇ ଗତକାଲି ଅପାହ୍ନରେ ମହଦା ଗାଁଠୁ ୨ କିଲୋମିଟରରେ ମହାନଦୀ କୂଳରେ ଥିବା ଶ୍ମଶାନରେ ତାରପୋଲିନ କୁଡିଆ କରି ବୃଦ୍ଧା ମାଁକୁ ଛାଡି ଦେଇଛନ୍ତି ଦୁଇପୁଅ । ଯେଉଁ ସମୟରେ ବନ୍ୟା ପାଣିରେ ଉଛୁଳୁଛି ମହାନଦୀ, ସାପ କୁମ୍ଭୀର ଓ ବିଷାକ୍ତ ଜୀବ ଜନ୍ତୁଙ୍କ ଭୟ ରହିଛି, ସେହି ସମୟରେ ଜଣେ ରୋଗିଣା ବୃଦ୍ଧାଙ୍କୁ ନଈ କୂଳ ନିକଟ ଶ୍ମଶାନରେ ଛାଡିଦେବା କେତେଦୂର ଠିକ୍, ସେମାନେ ବିଚାର କରିବା ଉଚିତ୍ । ବୃଦ୍ଧା ଏବେ ଅସହାୟ ଅବସ୍ଥାରେ ମହାନଦୀ କୋଳରେ ଥିବା ଶ୍ମଶାନ ପାଖରେ ପଡି ରହିଛନ୍ତି ନା ତାଙ୍କ ପାଖରେ ଖାଇବା ପାଇଁ କିଛି ଅଛି ନା ପିଇବା ବୁନ୍ଦାଏ ପାଣି ।ସେ ସମ୍ପୂର୍ଣ୍ଣ ଏକା l
ରିପୋର୍ଟ, ଉଗ୍ରସେନ କର୍ମୀ,ସୁବର୍ଣ୍ଣପୁର


Post a Comment