ବନ୍ୟା ପାଣିରେ ଭାସି ଆସିଥିବା ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ବିନିକା ଥାନା ଅନ୍ତର୍ଗତ ଅରିଗାଁ ନିକଟ ଜିରା ନଦୀ ବ୍ରିଜ ତଳେ ଥିବା ବନ୍ୟା ପାଣିରେ ଭାସି ଆସିଥିବା ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କୁ ବିନିକା ପୁଲିସ ଜବତ କରିଛି | ସୂଚନା ଅନୁସାରେ ଏକ ଅଜଣା ଶବ କୁ ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ବିନିକା ଅଗ୍ନିଶମ ବିଭାଗ ଓ ପୁଲିସ କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଓ ପୁଲିସ ତ୍ୱରିତ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ | ତେବେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ନା ନଦୀ ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁବରଣ କରିଛି ସେନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ପ୍ରାୟ 3 ଦିନ ହେବ ନଦୀରେ ଭାସୁଥିବା ଅନୁମାନ କରାଯାଉଥିବା ବେଳେ ମୃତ ବ୍ୟକ୍ତି ଙ୍କ ବୟସ ଆନୁମାନିକ 35 ହେବ ବୋଲି କୁହାଯାଉଛି | ଖବର ଲେଖା ହେବା ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଠିକଣା ଜଣା ପଡିନାହିଁ ।ପୋଲିସ ଶବ ଚିହ୍ନଟ ପାଇଁ ସୋନପୁର ଡାକ୍ତରଖାନା ର ମୃତାହ ଗୃହ କୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


Post a Comment