BREAKING
Loading...
:

ଆଧ୍ୟାତ୍ମିକ ପାଠାଗାରର ୪ର୍ଥ ବାର୍ଷିକ ଆଧ୍ୟାତ୍ମିକ ସଭା।

 ଆଧ୍ୟାତ୍ମିକ ପାଠାଗାରର ୪ର୍ଥ ବାର୍ଷିକ ଆଧ୍ୟାତ୍ମିକ ସଭା।



ଦଶପଲ୍ଲା (ମଣିଭଦ୍ରା ଖବର)ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ତଥା ସୀତାରାମ ଆଧ୍ୟାତ୍ମିକ ପାଠାଗାରର ୪ର୍ଥ ଜନ୍ମ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ଏକ ଆଧ୍ୟାତ୍ମିକ ମହାସଭା । ସ୍ବାମୀ ବିବେକାନନ୍ଦ ସାଇନ୍ସ କୋଚିଂ ସେଣ୍ଟର ପରିସରରେ ଛାତ୍ର ଛାତ୍ରୀ,ଶିକ୍ଷକ,କର୍ମଚାରୀ ଏବଂ କିଛି ସାଧୁ ସନ୍ଥଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।ଆଗାମୀ ପିଢିକୁ ଆଧ୍ୟାତ୍ମିକ ମାର୍ଗ ଦର୍ଶନ କରିବା ସହ ଆଜିର ଯୁବ ପିଢି ଯେଭଳି କେବଳ ନିଜ ପରିବାର ମଧ୍ୟରେ ସିମୀତ ରହୁଛନ୍ତି,ଏପରିକି ନିଜ ବାପା ମା' ଙ୍କ ଠାରୁ ମଧ୍ୟ ଦୂରେଇ ଯାଉଛନ୍ତି ତାଉପରେ ସେମାନଙ୍କୁ ଉଚିତ୍ ଦିଗ୍ ଦର୍ଶନ ଦେବା ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ ଥିଲା । ପ୍ରଭାତ ପରିକ୍ରମା,ତୁଳସୀ ଓ ଗୋମାତାଙ୍କ ପୂଜନ ,ବ୍ରହ୍ମଲୀନ ସ୍ବାମୀ ରାମସୁଖ ଦାଶଜୀ ମହାରାଜଙ୍କ ବାଣୀ ଶ୍ରବଣ, କରାଯାଇଥିଲା ।ଏଥିରେ ଅଭୟ ନୃସିଂହ ଗାଦୀ ବ୍ରହ୍ମଗିରୀର ଗୋକୁଳଜୀ ମହାରାଜ,ସୀତାରାମ ଦାଶ ମହାରାଜ , ସାଧୁ ସତ୍ୟ ମହାପାତ୍ର, ସାଧୁ ନିରଂଜନ ମିଶ୍ର ମହାରାଜ,ପଣ୍ଡିତ ଦିଲ୍ଲୀପ କୁମାର ମିଶ୍ର, ପ୍ରସନ୍ନ କୁମାର ପଣ୍ଡା,ଅଧ୍ୟାପକ ହରିହର ପଣ୍ଡା ,ବାପି ମହାନ୍ତି ,ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।ଫଳରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି  ହୋଇଥିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS