BREAKING
Loading...
:

୨୧କେଜି ଗଞ୍ଜେଇ ,ବାଇକ ସହ ଅଭିଯୁକ୍ତ ଗିରଫ

 ୨୧କେଜି ଗଞ୍ଜେଇ ,ବାଇକ ସହ ଅଭିଯୁକ୍ତ ଗିରଫ




ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲାରେ ବାରମ୍ବାର ଗଞ୍ଜେଇ ଚାଲାଣ ହେଉଥିବା ନଜର କୁ ଆସିଛି l ଗଞ୍ଜେଇ ମାଫିଆ ମାନେ ଚୋରା ଚାଲାଣ ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି l କେତେକ ଧରା ପଡୁଥିବା ବେଳେ ଆଉ କେତେକ ପୋଲିସ ଓ ଅବକାରୀ ବିଭାଗ କୁ ଧୂଳି ଦେଇ ଦିନ ଦ୍ବିପ୍ରହର ରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଛି l ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗଞ୍ଜେଇ,ବାଇକ୍ ସହ ଅଭିଯୁକ୍ତକୁ ଗିରଫ କରିଛି କଣ୍ଟାମାଳ ପୋଲିସ । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଡୁମାଲପାଲି ଛକରେ ଗଞ୍ଜେଇ  ଚୋରାଚାଲାଣ ହେଉଥିବା ଖବର ଆଧାରରେ ପୋଲିସ ଚଢ଼ାଉ କରିଥିଲା ।ଚାଲାଣରେ ସଂପୃକ୍ତ ବଲାଙ୍ଗୀର ଜିଲ୍ଲା ସଦର ଥାନା ସରପାଟଣା ଗ୍ରାମର ରୋଷନ୍ ମେହେର(୨୪)କୁ ଗିରଫ କରିବା ସହ ବ୍ୟବହୃତ ବାଇକ୍ କୁ ମଧ୍ୟ ଜବତ କରିଛି ।ଚାଲାଣ ହେଉଥିବା ୨୧କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ୧୧୦/୨୦୨୨ ରେ ଏକ ମାମଲା ରୁଜ୍ଜୁ କରିଥିବା କଣ୍ଟାମାଳ ଥାନା ଦାୟିତ୍ବରେ ଥିବା ଡିଏସପି ତପସ୍ଵିନୀ କହଁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS