BREAKING
Loading...
:

ଶିକ୍ଷା ବିଭାଗର ଅଜବ ନୀତି,ମିଳିନି ମ୍ୟାଟ୍ରିକ ସାର୍ଟିଫିକେଟ, ଆଡ଼ମିଶନ ପାଇଁ ଦ୍ଵନ୍ଦରେ ଛାତ୍ର ଛାତ୍ରୀ

 ଶିକ୍ଷା ବିଭାଗର ଅଜବ ନୀତି,ମିଳିନି ମ୍ୟାଟ୍ରିକ ସାର୍ଟିଫିକେଟ, ଆଡ଼ମିଶନ ପାଇଁ ଦ୍ଵନ୍ଦରେ ଛାତ୍ର ଛାତ୍ରୀ




ଭୂବନେଶ୍ବର (ମଣିଭଦ୍ରା ଖବର) ଗଣଶିକ୍ଷା ବିଭାଗର ଏକ ଅଜବ ନୀତି ଏବେ ଛାତ୍ର ଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ମାନଙ୍କୁ ଦ୍ଵନ୍ଦରେ ପକାଇଛି । ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରଥମ କଟଅପ୍ ତାଲିକା ପ୍ରକାଶ ପାଇଛି ।  ପ୍ରଥମ ତାଲିକାରେ ନାମ ଥିବା ଛାତ୍ର ଛାତ୍ରୀ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇବାକୁ ସେମାନଙ୍କୁ ସୂଚନାପତ୍ର(intimation) ପ୍ରଦାନ କରାଯାଇଛି । ତେବେ ସାର୍ଟିଫିକେଟ ଆସିନଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଛି । ସାର୍ଟିଫିକେଟ ନହେଲେ ଆଡ଼ମିଶନ କିପରି କରିବେ ବୋଲି ଚିନ୍ତାରେ ଅଛନ୍ତି । ଏପରିକି ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ସାର୍ଟିଫିକେଟ ଦେବା ପାଇଁ ଚାପ ପକାଉଛନ୍ତି । ବୋର୍ଡ଼ ତରଫରୁ ସାର୍ଟିଫିକେଟ ଆସି ନଥିବାରୁ ପ୍ରଧାନଶିକ୍ଷକ ମାନେ କ'ଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି । ଯଦି ସାର୍ଟିଫିକେଟ ଆସିନାହିଁ ତେବେ ବିଭାଗ ତରଫରୁ ୧୯ ତାରିଖରେ ଆଡ଼ମିଶନ କରିବାକୁ କିଭଳି ସୂଚନା ପତ୍ର ପ୍ରଦାନ କରାଗଲା ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ତେବେ ଯେଉଁମାନଙ୍କର ୧୯ ତାରିଖରେ ଆଡ଼ମିଶନ କରିବାକୁ ସୂଚନା ପତ୍ର ଆସିଛି ସେମାନେ ସାର୍ଟିଫିକେଟକୁ ଛାଡ଼ି ଅନ୍ୟ ସମସ୍ତ କାଗଜପତ୍ର ନେଇ ସଂପୃକ୍ତ କଲେଜରେ ଅଣ୍ଡରଟେକିଙ୍ଗ ଦେଇ ଆଡ଼ମିଶନ କରିପାରିବେ ବୋଲି ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ତେଣୁ ଛାତ୍ର ଛାତ୍ରୀ ମାନେ ଅଯଥାରେ ଚିନ୍ତା ନକରି ବିନା ସାର୍ଟିଫିକେଟରେ ଆଡ଼ମିଶନ କରିବାକୁ ସଂପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS