ଶିକ୍ଷା ବିଭାଗର ଅଜବ ନୀତି,ମିଳିନି ମ୍ୟାଟ୍ରିକ ସାର୍ଟିଫିକେଟ, ଆଡ଼ମିଶନ ପାଇଁ ଦ୍ଵନ୍ଦରେ ଛାତ୍ର ଛାତ୍ରୀ
ଭୂବନେଶ୍ବର (ମଣିଭଦ୍ରା ଖବର) ଗଣଶିକ୍ଷା ବିଭାଗର ଏକ ଅଜବ ନୀତି ଏବେ ଛାତ୍ର ଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ମାନଙ୍କୁ ଦ୍ଵନ୍ଦରେ ପକାଇଛି । ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରଥମ କଟଅପ୍ ତାଲିକା ପ୍ରକାଶ ପାଇଛି । ପ୍ରଥମ ତାଲିକାରେ ନାମ ଥିବା ଛାତ୍ର ଛାତ୍ରୀ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇବାକୁ ସେମାନଙ୍କୁ ସୂଚନାପତ୍ର(intimation) ପ୍ରଦାନ କରାଯାଇଛି । ତେବେ ସାର୍ଟିଫିକେଟ ଆସିନଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଛି । ସାର୍ଟିଫିକେଟ ନହେଲେ ଆଡ଼ମିଶନ କିପରି କରିବେ ବୋଲି ଚିନ୍ତାରେ ଅଛନ୍ତି । ଏପରିକି ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ସାର୍ଟିଫିକେଟ ଦେବା ପାଇଁ ଚାପ ପକାଉଛନ୍ତି । ବୋର୍ଡ଼ ତରଫରୁ ସାର୍ଟିଫିକେଟ ଆସି ନଥିବାରୁ ପ୍ରଧାନଶିକ୍ଷକ ମାନେ କ'ଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି । ଯଦି ସାର୍ଟିଫିକେଟ ଆସିନାହିଁ ତେବେ ବିଭାଗ ତରଫରୁ ୧୯ ତାରିଖରେ ଆଡ଼ମିଶନ କରିବାକୁ କିଭଳି ସୂଚନା ପତ୍ର ପ୍ରଦାନ କରାଗଲା ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ତେବେ ଯେଉଁମାନଙ୍କର ୧୯ ତାରିଖରେ ଆଡ଼ମିଶନ କରିବାକୁ ସୂଚନା ପତ୍ର ଆସିଛି ସେମାନେ ସାର୍ଟିଫିକେଟକୁ ଛାଡ଼ି ଅନ୍ୟ ସମସ୍ତ କାଗଜପତ୍ର ନେଇ ସଂପୃକ୍ତ କଲେଜରେ ଅଣ୍ଡରଟେକିଙ୍ଗ ଦେଇ ଆଡ଼ମିଶନ କରିପାରିବେ ବୋଲି ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ତେଣୁ ଛାତ୍ର ଛାତ୍ରୀ ମାନେ ଅଯଥାରେ ଚିନ୍ତା ନକରି ବିନା ସାର୍ଟିଫିକେଟରେ ଆଡ଼ମିଶନ କରିବାକୁ ସଂପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق