BREAKING
Loading...
:

ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

 -ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ l



 ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ରାଜ୍ୟ ସଂଘର ଆହ୍ବାନରେ  ସୁବର୍ଣ୍ଣପୁର  ଜିଲ୍ଲା ଶାଖାର ଶହ ଶହ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି  ।ଜିଲ୍ଲା ସଭାପତି ଚିନ୍ମୟାନନ୍ଦ ପାଢୀଙ୍କ ନେତୃତ୍ବରେ କର୍ମଚାରୀମାନେ ଦସ୍ତଖତ ଅଭିଯାନରେ ସାମିଲ ହୋଇ ଠିକା ନିଯୁକ୍ତି ପ୍ରଥାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି  ।ସରକାର ଏବେ ପ୍ରଥମ ଛଅ ବର୍ଷ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦେଉଥିବା ବେଳେ ଛଅ ବର୍ଷ ପରେ ତାଙ୍କ ଚାକିରି ସ୍ଥାୟୀ କରାଯାଉଛି  ।ପ୍ରଥମ ଛଅ ବର୍ଷର କାର୍ଯ୍ୟକୁ ସରକାର ମାନ୍ୟତା ଦେଉ ନ ଥିବା ଅଭିଯୋଗ କରିଛନ୍ତି  ।ତେବେ ପ୍ରଥମ ଛଅ ବର୍ଷର ମାନ୍ୟତା ଦେବା ସହିତ ସ୍ଥାୟୀ ଚାକିରି ସହିତ ଦରମା ଓ ଭତ୍ତା ଦାବି କରିଛନ୍ତି  ।ଦାବି ପୂରଣ ପାଇଁ ଗତ 16 ତାରିଖରୁ ଆଗାମୀ 22 ତାରିଖ ପର୍ଯ୍ୟନ୍ତ ମଧ୍ୟାନ୍ନ ବିରତି ପରେ କଳାବ୍ୟାଜ ପରିଧାନ କରି ପ୍ଲାକାର୍ଡ ଧରି ନିଜ ନିଜ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି  ।ତେବେ ଦାବି ପୂରଣ ନ ହେଲେ ଚଳିତ ମାସ ଶେଷ ସପ୍ତାହରେ ରାଜଧାନୀରେ ଦୁର୍ବାର ଆନ୍ଦୋଳନ କରିବେ ବୋଲି ଜିଲ୍ଲା ସଭାପତି ଚେତାବନୀ ଦେଇଛନ୍ତି  । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS