BREAKING
Loading...
:

ସରକାରଙ୍କ ଅପାରଗତାର ଶିକାର ହେଉଛନ୍ତି ଗଞ୍ଜାମବାସୀ!

 ସରକାରଙ୍କ ଅପାରଗତାର ଶିକାର ହେଉଛନ୍ତି ଗଞ୍ଜାମବାସୀ!



ବନ୍ୟାରେ ଭାସୁଛି ଗଞ୍ଜାମ, ହେଲେ ସରକାରଙ୍କ ଆଖିରେ ଯେମିତି ପଟି ବନ୍ଧା ହୋଇଛି!


ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସହିତ ଦଳର ରାଜ୍ୟ ସାଧାରଣ ସମ୍ପାଦକ *ଶ୍ରୀ ବିପ୍ଲବ ପାତ୍ର* ସାନଖେମୁଣ୍ଡି, ଧରାକୋଟ ଓ ସୋରଡ଼ାର ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଓ ଲୋକଙ୍କ ଦୁର୍ଦ୍ଦଶାର ବାସ୍ତବ ଚିତ୍ର ଅନୁଧ୍ୟାନ କରିଛନ୍ତି।


ଅତ୍ୟନ୍ତ ଦୁଃଖର ବିଷୟ, ଆଜି ବିପଦରେ ଥିବା ଲୋକଙ୍କ ପାଖରେ ସରକାରଙ୍କ ସହାୟତା ପହଞ୍ଚିପାରୁନାହିଁ। ରନ୍ଧା ଖାଦ୍ୟ ତ ଦୂରର କଥା, ଅନେକ ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଲୋକଙ୍କୁ ମିଳିପାରିନାହିଁ।



ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହେବା ପରିବର୍ତ୍ତେ ସରକାରଙ୍କ ଏଭଳି ଉଦାସୀନତା ଓ ସମ୍ବେଦନହୀନତା ଅତ୍ୟନ୍ତ ନିନ୍ଦନୀୟ।


  ତୁରନ୍ତ ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ପହଞ୍ଚାଯାଉ। କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ଉଚିତ କ୍ଷତିପୂରଣ ଦିଆଯାଉ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS