BREAKING
Loading...
:

କଣ୍ଟାମାଳ ବିଡିଓ ନିଲମ୍ବିତ

 କଣ୍ଟାମାଳ ବିଡିଓ ନିଲମ୍ବିତ

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ୱ ବିଭାଗର ଆଦେଶ, ମୁଖ୍ୟାଳୟ ସମ୍ବଲପୁରରେ ରହିବ l




ବୌଦ୍ଧ  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଡିଓ ଶ୍ରୀମତୀ ସାମି ରେଡ୍ଡୀ ଜୟଶ୍ରୀଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ  ଏ ନେଇ କାର୍ଯ୍ୟାଳୟ ଆଦେଶ ଜାରି ହୋଇଛି।

ଆଦେଶ ଅନୁସାରେ, ଓ.ଏ.ଏସ୍-ଏ (ଜେ.ବି) ଅଧିକାରୀ ଶ୍ରୀମତୀ ଜୟଶ୍ରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବା ବିଚାରାଧୀନ ଥିବାରୁ ଓ.ସି.ଏସ୍. (ସି.ସି. ଏଣ୍ଡ ଏ) ନିୟମାବଳୀ, ୧୯୬୨ ର ନିୟମ-୧୨ ଅନୁସାରେ ତାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରାଯାଇଛି।

ନିଲମ୍ବନ ଅବଧି ମଧ୍ୟରେ ତାଙ୍କ ମୁଖ୍ୟାଳୟ ରାଜସ୍ୱ ମଣ୍ଡଳ ଆୟୁକ୍ତ (ଉତ୍ତର ମଣ୍ଡଳ), ସମ୍ବଲପୁରରେ ରହିବ। ଆରଡିସିଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ଏହି ସମୟରେ ସେ ଓଡ଼ିଶା ସେବା ସଂହିତାର ନିୟମ-୯୦ ଅନୁସାରେ ଜୀବିକା ଭତ୍ତା ପାଇବେ l

ରାଜ୍ୟପାଳଙ୍କ ଆଦେଶକ୍ରମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ଆଦେଶ ଜାରି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS