BREAKING
Loading...
:

ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ନ୍ୟାୟ କେବେ?

 



ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ନ୍ୟାୟ କେବେ?

ବିଧାନସଭା ସମ୍ମୁଖରେ ପରିବାରବର୍ଗ ଓ ଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀ ଶ୍ରୀଯୁକ୍ତ ଭଜମନ ବିଶ୍ୱାଳଙ୍କ ଧାରଣା ଓ ଆମରଣ ଅନଶନ ଚାରି ଦିନ ରେ ହେଲା ପ୍ରତ୍ୟାହୃତ।

ଅନଶନ ହେଲା ପ୍ରତ୍ୟାହର କିନ୍ତୁ ନ୍ୟାୟ ପାଇଁ ଜାରି ରହିବ ସଂଘର୍ଷ।

 ଭୁବନେଶ୍ୱର,


         ଏକ ମାତ୍ର ପୁତ୍ର କୁ ହରାଇଥିବା ପରିବାର ଆଜି ନ୍ୟାୟ ଆଶାରେ ରାଜରାସ୍ତାରେ ବସିଛନ୍ତି। ସେମାନଙ୍କ ସହିତ ଏହି ନ୍ୟାୟର ଲଢ଼େଇରେ ଛିଡ଼ା ହୋଇଛନ୍ତି ମାନବଧିକାର କର୍ମୀ ଶ୍ରୀଯୁକ୍ତ ଭଜମନ ବିଶ୍ୱାଳ।

          ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିଠାରେ ପରିବାରବର୍ଗ ଓ ଶ୍ରୀଯୁକ୍ତ ଭଜମନ ବିଶ୍ୱାଳଙ୍କ ଏହି ଧାରଣା ଓ ଆମରଣ ଅନଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନ୍ୟାୟ ପାଇଁ ସେମାନଙ୍କର ଏହି ଦାବିକୁ ଗୁରୁତ୍ୱର ସହ ବିଚାର କରାଯିବା ଆବଶ୍ୟକ।ତେବେ ପରିବାରବର୍ଗ ଓ ଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀ ଶ୍ରୀଯୁକ୍ତ ଭଜମନ ବିଶ୍ୱାଳଙ୍କ ନ୍ୟାୟ ଦାବି:-୧/ ସ୍ୱର୍ଗତ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟଣାର ସମସ୍ତ ଦିଗକୁ ନେଇ ନିରପେକ୍ଷ, ନିଷ୍ପକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଉ।୨/ ଘଟଣା ସହ ଜଡ଼ିତ ସମସ୍ତ ତଥ୍ୟ ଓ ପ୍ରମାଣକୁ ଗୁରୁତ୍ୱର ସହ ଯାଞ୍ଚ କରାଯାଉ।୩/ ତଦନ୍ତରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ ଆଇନ ଅନୁଯାୟୀ ଉପଯୁକ୍ତ ଦଣ୍ଡ ଦିଆଯାଉ।୪/ ପୀଡ଼ିତ ପରିବାରକୁ ଶୀଘ୍ର ନ୍ୟାୟ ପ୍ରଦାନ କରାଯାଉ।୫/ପରିବାରର ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ।

        ନ୍ୟାୟ କୌଣସି ଦୟା ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ଅଧିକାର।ଏକ ପରିବାରର ଆଖିର ଲୁହ, ତାଙ୍କର ଯନ୍ତ୍ରଣା ଓ ନ୍ୟାୟ ପାଇଁ ଆକୁଳ ନିବେଦନକୁ ଅଣଦେଖା କରାଯିବା ଉଚିତ ନୁହେଁ। ସତ୍ୟ ସାମ୍ନାକୁ ଆସୁ, ନିରପେକ୍ଷ ତଦନ୍ତ ହେଉ ଏବଂ ଆଇନ ଅନୁଯାୟୀ ପରିବାରକୁ ନ୍ୟାୟ ମିଳୁ।ସତ୍ୟର ଜୟ ହେଉ।ନ୍ୟାୟର ଜୟ ହେଉ।

ସୌମ୍ୟରଞ୍ଜନଙ୍କ ctପରିବାରକୁ ନ୍ୟାୟ ମିଳୁ!

         ମୃତ ସୌମ୍ୟରଞ୍ଜନଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଶ୍ରୀଯୁକ୍ତ ଭଜମନ ବିଶ୍ୱାଳ ୪ ଦିନ ଧରି ଅନଶନରେ ବସିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ (CM Grievance Cell) ପରିଦର୍ଶନ ପରେ ଅନଶନ ପ୍ରତ୍ୟାହାର କରାଯାଇଛି।ମୁଖ୍ୟ ଶାସନ ସଚିବଙ୍କ ଅଧିକାରୀମାନେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକର ବ୍ୟବସ୍ଥା କରିବେ ବୋଲି ଆଶ୍ୱାସନ ଦେଇଛନ୍ତି।ଏହି ବୈଠକରେ ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣା ଏବଂ CBI ତଦନ୍ତ ଦାବି ଉପରେ ଆଲୋଚନା ହେବ।

       ଏହି ଲଢ଼େଇ କେବଳ ଗୋଟିଏ ପରିବାରର ସଂଘର୍ଷ ନୁହେଁ,ଏହା ନ୍ୟାୟ ଓ ମାନବାଧିକାର ପାଇଁ ଏକ ସ୍ୱର।ଅନଶନ ପ୍ରତ୍ୟାହାର ହୋଇଛି,କିନ୍ତୁ ନ୍ୟାୟର ଲଢ଼େଇ ଶେଷ ହୋଇନାହିଁ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS