BREAKING
Loading...
:

ଦଶପଲ୍ଲାରେ ଜାତୀୟ ପ୍ରେସ୍ ଦିବସ ପାଳିତ

 



ଦଶପଲ୍ଲାରେ ଜାତୀୟ ପ୍ରେସ୍ ଦିବସ ପାଳିତ 

-----------------------------------------------------

ଦଶପଲ୍ଲା (ମଣିଭଦ୍ରା ଖବର)

ପ୍ରେସକ୍ଲବ ଦଶପଲ୍ଲା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି  । କ୍ଲବ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏ ସି ଅଧ୍ୟକ୍ଷା  ଇଂ ପୁନମ ପ୍ରିୟ ଦର୍ଶିନୀ, ବଣିକ ମହାସଂଘ ସଭାପତି ଅଲେଖ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ତମନ୍ନା କଲେଜ ଅଧ୍ୟାପିକା ସୁକୃତି ମହାପାତ୍ର ଯୋଗ ଦେଇଥିଲେ ।  ଏତଦ ବ୍ୟତୀତ ଗାଳ୍ପିକ ହାଡିବନ୍ଧୁ ମହାଖୁଡ଼, ଡା. ଅନ୍ତର୍ଯ୍ୟାମୀ ଭୂଇଁୟା, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଭାତ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ.ଅଧ୍ୟାପିକା ମହାପାତ୍ର ପୁରାଣ, ଇତିହାସରୁ  ଆରମ୍ଭ କରି ଅଧୁନା ଚାଲିଥିବା ଡିଜିଟାଲ ମିଡ଼ିଆ ପର୍ଯ୍ୟନ୍ତ ସାମ୍ବାଦିକତାର ସ୍ୱରୂପ, ଧାରା ଏବଂ ଜନାଦୃତ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।  ବିଧାୟକ ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ବା ଏ ଆଇ ସମ୍ପର୍କରେ ସୂଚାଇ ଦେଇଥିଲେ ଯେ ସମୟ ଆସିବ ଏ ଆଇ ଦ୍ୱାରା ଲୋକେ ଉପକାର ପାଇବା ବଦଳରେ ତା ମାଧ୍ୟମରେ କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ନିଚ୍ଛକ ସାମ୍ବାଦିକତା ଅସୁବିଧାରେ ପଡିବ । ସଭ୍ୟ ପ୍ରଶାନ୍ତ କୁମାର ସାହୁ ଅତିଥି ପରିଚୟ କରିଥିବା ବେଳେ ସମ୍ପାଦକ ଡା. ପ୍ରଫୁଲ୍ଲ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ସହ ସମ୍ପାଦକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS