*ତୃତୀୟ ବର୍ଷ କାର୍ତିକ ମହୋତ୍ସବ ଏବଂ କଂସ ଦରବାର*
ବଲାଙ୍ଗୀର , -: ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ର ବାଘଝରଣ ଠାରେ ତୃତୀୟ ବର୍ଷ କାର୍ତିକ ମହୋତ୍ସବ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗ୍ରାମର ଗୌନ୍ତିଆ ଜୀବର୍ଧନ ବରିହା ଫିଥା କାଟି ଉଦଘାଟନ କରିଥିଲେ,ଏହି ମହୋତ୍ସବ ଟି ଦୀର୍ଘ ଛଅ ଦିନ ଧରି ବାଘଝରଣ ଗ୍ରାମଟି ପାଲଟି ଯାଏ ମଥୁରା ନଗରୀ ଏବଂ ମହରାପଦର ପାଲଟି ଯାଏ ଗୋପପୁର,ଦୀର୍ଘ ଛଅ ଦିନ ଧରି ଚାଲେ କଂସ ମହାରାଜ ଙ୍କର ରାଜୁତି,ମଥୁରାନଗରୀ ରେ ପୂଜା ଅର୍ଚନା ପୂରାଣ ପଠନ ସହିତ ପ୍ରଜା ମାନଙ୍କର ପ୍ରତେକ ଦିନ ମଥୁରା ବାସି ଙ୍କ ପାଇଁ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରାମଲୀଳା,ସମଲେଶ୍ୱରୀ ଦଣ୍ଡନୃତ୍ୟ,ଭଜନ ସନ୍ଧ୍ୟା ବାସୁଦେବ ବିବାହ ଉଗ୍ରେସନ ଙ୍କର ଗାଦିଚୁତ,କଂସଙ୍କର ସିଂହାସନ ଆରୋହଣ ରାଜ୍ୟଭିଷେକ ଦେବକୀ ବାସୁଦେବ ଙ୍କୁ କାରାଗାର ନିକ୍ଷେପ ରଙ୍ଗସଭା ଗୋପପୁର କୁ ଅକୁରଙ୍କ ପ୍ରେରଣ କାର୍ଯ୍ୟକ୍ରମ ହେଉଥିବା ବେଳେ ଗୋପପୁର ଗୌତମ ଋଷିଙ୍କ ଜାଗ କଂସ ଗୋମତ ଋଷିଙ୍କୁ ଗଣ୍ଡା ହରଣ ଅତ୍ୟାଚାର କଂସ ପ୍ରତି ଗୋମତ ଙ୍କ ଅଭିଶାପ,ନନ୍ଦ ଯଶୋଦା ଙ୍କ ପୁତ୍ତ୍ରେଷ୍ଟି ଯଂଜ୍ଞ ଓ ନନ୍ଦ ଉତ୍ସବ,କୃଷ୍ଣ ଙ୍କ ନାବକେଲି କାଳି ଦଳନ ଓ ଗୋପୀଙ୍କ ବସ୍ତ୍ରା ହରଣ ଆଜିଶେଷ ରାତ୍ରିରେ ରଙ୍ଗସଭା ମଲଯୁଦ୍ଧ ଶ୍ରୀକୃଷ୍ଣ ଙ୍କ ହସ୍ତରେ କଂସର ମୃତ୍ୟୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେଉଥିବା ବେଳେ ଯାତ୍ରା ପଡିଆରେ ମିନା ବଜ଼ାର ଶହ ଶିଶୁମାନଙ୍କ ଦୋଳି ଡ୍ରାଗନ ଲେହେଟି ଦୋଳି ରେଳଗାଡ଼ି,ମିକି ମାଉସ ମଥୁରାବାସି ଙ୍କୁ ଆକର୍ଷିତ କରିବାଭଳିକି ଭଳି ମନରଞ୍ଜନ କାର୍ଯ୍ୟକ୍ରମ ହେଉଥିବା ବେଳେ ଧନୁଯାତ୍ରା କମିଟି ର ସଦସ୍ୟ କୃଷ୍ଣଚନ୍ଦ୍ର ଭୋଇ,ରାଧେଶ୍ୟାମ ନାଗ,ଚନ୍ଦ୍ରଭାନୁ ଜେନା,ହୃଷିକେଶ ବରିହା,ପୁଷ୍ପଧନୁ ଜେନା ଅନେକ ସଦସ୍ୟ ବୃନ୍ଦ ସହଯୋଗ କରୁଥିବା ବେଳେ ଗ୍ରାମ୍ୟ କମିଟି ଭରତ ବରିହା ଦାସ ବରିହା,ନିରଞ୍ଜନ ଜେନା ଉଦ୍ଧବ ସାହୁ କପିଳ ବରିହା ଅନେକ ଗ୍ରାମବାସୀ ସହଯୋଗ କରିଥିବା ବେଳେ ତପୀନ୍ଦ୍ର ସୁନା ମଞ୍ଚପରିଚାଳନା କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق