BREAKING
Loading...
:

ମା’ ନିଜ ବାଙ୍କେଶ୍ୱରୀ ପୀଠକୁ ଯିବା ରାସ୍ତା ବିପର୍ଯ୍ୟସ୍ତ, ଉପରକୁ ଯିବାକୁ ପ୍ରଶାସନର ବାରଣ

 ମା’ ନିଜ ବାଙ୍କେଶ୍ୱରୀ ପୀଠକୁ ଯିବା ରାସ୍ତା ବିପର୍ଯ୍ୟସ୍ତ, ଉପରକୁ ଯିବାକୁ ପ୍ରଶାସନର ବାରଣ



ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାହାଡ଼ ଉପରେ ଅବସ୍ଥିତ ମା’ ନିଜ ବାଙ୍କେଶ୍ୱରୀଙ୍କ ପୀଠକୁ ଯିବା ରାସ୍ତା ମାଟି ଅତଡ଼ା ଖସିବା ଯୋଗୁଁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଯୋଗୁଁ ଶ୍ରଦ୍ଧାଳୁଙ୍କ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପାହାଡ଼ ଉପରକୁ ଯିବା ପାଇଁ ବାରଣ କରାଯାଇଛି।

ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏହି ପୀଠକୁ ଆସୁଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ସମସ୍ତଙ୍କୁ ନିରାଶ କରିଛି। ତେଣୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଯାତାୟାତର ସୁବିଧାକୁ ଗୁରୁତ୍ୱ ଦେଇ ସମ୍ପୃକ୍ତ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ତୁରନ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଯଥାଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଅନୁରୋଧ କରାଯାଉଛି।ଏଥିସହିତ ଭବିଷ୍ୟତରେ ଯେପରି ମାଟି ଅତଡ଼ା ଖସିବା ଭଳି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ଆବଶ୍ୟକ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ଦାବି ହେଉଛି। ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରଦ୍ଧାଳୁମାନେ ଆଶା ପ୍ରକାଶ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS