ଜନ ଜାତୀୟ ଗୌରବ ସପ୍ତାହ ପାଳନ ଅବସରରେ ବିଦ୍ୟୁତ୍ ସୁରକ୍ଷା କର୍ମଶାଳା ଅନୁଷ୍ଠିତ
ଦଶପଲ୍ଲା ୦୪/୧୧ :- ପ୍ରକଳ୍ପ ଅଧିକାର, ଦଶପଲ୍ଲାଙ୍କ ଆୟୋଜନ କ୍ରମେ ଜନ ଜାତୀୟ ଗୌରବ ସପ୍ତାହ ପାଳନ ଅବସରରେ ବିଦ୍ୟୁତ୍ ସୁରକ୍ଷା କର୍ମଶାଳା ଶିମିଳିସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଢ଼ଶର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟ ମଣି ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଟି.ପି.ସି.ଓ.ଡ଼ି.ଏଲ ନୟାଗଡ଼ଙ୍କ ତରଫରୁ ଶ୍ରୀଯୁକ୍ତ ଶିବ ମୂଖୀ ଓ ଶ୍ରୀଯୁକ୍ତ ବିଶ୍ୱ ଭୂଷଣ ବିଶୋଇ ମହୋଦୟ ଏ କର୍ମଶାଳାରେ ମୁଖ୍ୟ ଆଲୋଚକ ଭାବେ ଯୋଗଦାନ କରି ଆଦିବାସୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୀବନ ଆଦର୍ଶ ଉପରେ ସୂଚନା ଦେବା ସହିତ ବିଦ୍ୟୁତ ସୁରକ୍ଷା, ବିଦ୍ୟୁତ ସଂରକ୍ଷଣ ଓ ଏହାର ସଠିକ ବ୍ୟବହାର ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟୁତ ଜନିତ ବିପଦରୁ ମୁକୁଳିବା ପାଇଁ କିପରି ନିଜକୁ ସତର୍କତା ଅବଲମ୍ବନ କରିବାକୁ ହେବ ଏଵଂ ଏ ବିପଦରୁ ବନ୍ୟପ୍ରାଣୀଙ୍କ ଜୀବନ କିପରି ସୁରକ୍ଷା କିରି ପରିବା ସେ ବିଷୟରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ ଏଥି ସହିତ ଜନ ସଚେତନତା ମୁଲକ ବାର୍ତ୍ତା ଆଧାରିତ ବିଭିନ୍ନ ପ୍ରକାର ପୋଷ୍ଟର ବିଦ୍ୟାଳୟରେ ପ୍ରଦର୍ଶନ କରାଯାଇଥିଲା । ଏ କର୍ମଶାଳାର ଆଭିମୁଖ୍ୟ ଓ ଏହାର ଆବଶ୍ୟକତା ବିଷୟରେ ଅବଗତ କରିବା ସହିତ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ତ୍ୟାଗ ଓ ଅବଦାନ ବିଷୟରେ ପ୍ରକଳ୍ପ ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ପ୍ରଦାନ କରିଥିଲେ। ଶେଷରେ ଏ କର୍ମଶାଳାରେ ସକ୍ରିୟ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସଙ୍ଗର ଯଥାର୍ଥ ଉତ୍ତର ରଖିଥିବା ପାଞ୍ଚଜଣ କୃତି ଛାତ୍ର ଛାତ୍ରୀଙ୍କୁ ଉତ୍ସାହ ଉପହାର ଅତିଥି ବୃନ୍ଦଙ୍କ କର କମଳରେ ପ୍ରଦାନ କରାଯାଇଥିଲା । ଛାତ୍ର ଛାତ୍ରୀଙ୍କ ଭିତରେ ଜାଗରଣ ସୃଷ୍ଟି କରିବା ପାଇଁ ଏଭଳି ସଚେତନତା ମୁଲକ ଶିବିର, ଆଲୋଚନା ଚକ୍ର ଓ କର୍ମଶାଳାର ଯଥେଷ୍ଟ ଆବଶ୍ୟକତା ଅଛି ବୋଲି ପ୍ରଧାନ ଶିକ୍ଷକ ନିଜ ବକ୍ତବ୍ୟରେ କହିବା ସହିତ ଏ ଉଦ୍ୟମ ପାଇଁ ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ମଣିଭଦ୍ରା ଖବର, ଗଣିଆ


إرسال تعليق