BREAKING
Loading...
:

ଗୋପବନ୍ଧୁଙ୍କୁ ଭାରତରତ୍ନ ଉପାଧିରେ ସମ୍ମାନିତ କରିବାକୁ ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚର ଦାବୀ l




 ଗୋପବନ୍ଧୁଙ୍କୁ ଭାରତରତ୍ନ ଉପାଧିରେ ସମ୍ମାନିତ 

କରିବାକୁ ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚର ଦାବୀ l

ବ୍ରହ୍ମପୁର,

         ସ୍ଥାନୀୟ ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ 

ପକ୍ଷରୁ ଉପସଭାପତି ପ୍ରମୋଦ କୁମାର ସାହୁଙ୍କ 

ଅଧ୍ୟକ୍ଷତାରେ ଗିରିରୋଡ଼ସ୍ଥିତ ଦରଦୀବନ୍ଧୁ ତଥା 

ସମାଜ ପତ୍ରିକାର ପ୍ରତିଷ୍ଠାତା ଗୋପବନ୍ଧୁ ଦାଶଙ୍କ 

ପ୍ରତିମୂର୍ତ୍ତ ଠାରେ 149ତମ ଜୟନ୍ତୀ ପାଳିତ 

ହୋଇଯାଇଛି /ପ୍ରାରମ୍ଭବରେ ପ୍ରତିମୂର୍ତ୍ତରେ ଦୀପ 

ପ୍ରଯୁଳନ  ଓ଼ ପୁଷ୍ପମାଲ୍ୟାର୍ପଣ ପରେ ବିଭିନ୍ନ 

ସ୍ଲୋଗାନ ଦେଇ ଗୋପବନ୍ଧୁ ଦାଶ ଅମର ରହେ /

ସମ୍ପାଦକ ସିମାଞ୍ଚଳ ପାଢ଼ୀ ଗୋପବନ୍ଧୁ ଦାଶଙ୍କ 

ଆଦର୍ଶ ତଥା ସମାଜସେବା ସମ୍ପର୍କରେ ସୂଚନା 

ଦେଇଥିବା ବେଳେ ଆଇନଜୀବୀ ପ୍ରଭାତ କୁମାର 

ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଗୋପବନ୍ଧୁ ଦାଶ ଥିଲେ ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ 

ରୂପେ ଚିରସ୍ମରଣୀୟ ଓ଼ ବହୁ ପ୍ରତିଭାର ଅଧିକାରୀ ଥିଲେ l

       ଅନ୍ୟମାନେ ସର୍ବଶ୍ରୀ ରାଜେନ୍ଦ୍ର ମହାନ୍ତି, ପଙ୍କଜ କୁମାର ନାୟକ, ମହାନ ଚରଣ ସ୍ୱାଇଁ ଓ଼ 

ବିଜୟ କୁମାର ପଟ୍ଟନାୟକ ଗୋପବନ୍ଧୁ ଦାଶ l

1903 ମସିହା ପୁରୀ ଜିଲ୍ଲାରେ ଘଟିଥିବା ବନ୍ୟା 

ପ୍ରପୀଡିତ ଅଞ୍ଚଳରେ ଜନସେବାରେ ନିଜକୁ 

ନିୟୋଜିତ ଥିବା ବେଳେ ତାଙ୍କର ଜୀବିତ ଥିବା 

ଏକମାତ୍ର ପୁତ୍ରର ମୃତ୍ୟ ହୋଇଥିଲା ତଥାପି ସେ 

ବିଚଳିତ ନହୋଇ ଅସହାୟଙ୍କ ସେବା କରିଥିଲେ 

ତାହାଥିଲା ନିଷ୍ଠାପର ସେବାର ପ୍ରତୀକ ବୋଲି 

ମତବ୍ୟକ୍ତ କରିଥିଲେ l ସେହି ସଭାରେ ମିଳିତ 

ଭାବେ ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ ଓ଼ ମଞ୍ଚର 

ଆଇନ ପରାମର୍ଶ ଦାତା ପ୍ରଭାତ କୁମାର ମିଶ୍ର 

ଦାବୀ କରିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ 

ଭାରତରତ୍ନ ଉପାଧିରେ ସମନ୍ୱିତକରିବାକୁ ଦାବୀ 

କରି ଏ ଦିଗରେ ଓଡିଶା ସରକାର କେନ୍ଦ୍ର ଠାରେ 

ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS