କଇଁଛ ପିଠିରେ ଜଗନ୍ନାଥ
ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଶ୍ରୀଜଗନ୍ନାଥଙ୍କ ସଦୃଶ ଦେଖାଯାଉଥିବା ଏକ କଇଁଛ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କୋକୋଳବା ଗ୍ରାମପଞ୍ଚାୟତର ମାଳିସାହି ଗ୍ରାମର ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କଇଁଛଟିର ପିଠିର ଆକୃତି ଓ ପ୍ରାକୃତିକ ଚିହ୍ନ ଶ୍ରୀଜଗନ୍ନାଥଙ୍କ ଚିତ୍ର ସଦୃଶ ଦେଖାଯିବା ପରେ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। କଇଁଛ ପିଠିରେ କେହି ଜଣେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିଥିବା ଅନୁମାନ କରାଯାଉଛି। ଏନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment