ନାବାଳିକାଙ୍କୁ ଥଣ୍ଡା ରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ଅଭିଯୁକ୍ତ ଗିରଫ ।
ପରଜଙ୍ଗ, -: ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫାଣ୍ଡି ଅଧୀନ ଆଖୁଆପାଳ ପଞ୍ଚାୟତର ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷର ନାବାଳିକା ଛାତ୍ରୀକୁ ଜନୈକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ସୋମବାର ପରଜଙ୍ଗ ଥାନାରେ ଏତଲା କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।
ସୂଚନା ମୂତାବକ ଦଦରାଘାଟି ଫାଣ୍ଡିକୁ ଲାଗି ପୀଡ଼ିତାଙ୍କ ଘର। ଏଠାରୁ ଅଳ୍ପ ଦୂରରେ ଥିବା ଏକ ଫାର୍ମ ହାଉସରେ ଅଭିଯୁକ୍ତ ବୁଲୁ ସାହୁ (୪୯) କାର୍ଯ୍ୟ କରନ୍ତି । ନାବାଳିକାଙ୍କ ଘରେ କେହି ନଥିବା ସୁଯୋଗରେ ଥଣ୍ଡା ପାନୀୟରେ ନିଶା ବଟିକା ଦେଇ ଅଚେତ କରାଇ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତାଙ୍କ ମା' ସବିତା ପ୍ରଧାନ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପରିବାର ଲୋକଙ୍କୁ ଧମକ ଚମକ ଦେଉଥିବାରୁ ଅଭିଯୋଗ କରିବାରେ ବିଳମ୍ବ ହୋଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି।
ଏହି ଖବର ପାଇ ପୂର୍ବତନ ବିଧାୟକ ପ୍ରାର୍ଥୀନୀ ସୁସ୍ମିତା ସିଂହଦେଓ ଓ ରାଜୀବ ଲୋଚନ ସିଂହଦେଓ ଥାନାରେ ପହଞ୍ଚି ନିରପେକ୍ଷ ତଦନ୍ତ କରାଯାଇ ଦୋଷୀକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ପରଜଙ୍ଗ ଥାନା କେସ ନଂ ୫୦୪//୨୦୨୭ ବିଏନଏସର ବିଭିନ୍ନ ଦଫା ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق