BREAKING
Loading...
:

ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା

 



ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା 

        ----------------------------

ଦଶପଲ୍ଲା, 10/10

ସ୍ୱଚ୍ଛତା କେବଳ ଏକ ଅଭିଯାନ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଦାୟିତ୍ୱ .ଏହି ବାର୍ତ୍ତାକୁ ନେଇ ଦଶପଲ୍ଲା ର ତମନ୍ନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅନୁଷ୍ଠାନର ସମ୍ପାଦିକା ମଧୁଲି ମଧୁସ୍ମିତା ଙ୍କ ନେତୃତ୍ୱରେ ଏକ ରାଲୀ ରେ ଯାଇ ଦଶପଲ୍ଲା ଥାନା ପରିସର କୁ ପରିଷ୍କାର କରିଥିଲେ. ଦୀର୍ଘ ଦିନ ଧରି ଆବର୍ଜନା ରେ ପରିପୂର୍ଣ୍ଣ ଥିବା ଥାନା ପରିସର ସଫା କରିବା ପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା. ସେଥିରେ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା, ଏସ ଆଇ ଅନନ୍ତ ବିଶ୍ୱାଳ ଛାତ୍ର ଛାତ୍ରୀ ମାନେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ମିଲନ ସାହୁ, ଉପାଧ୍ୟକ୍ଷା ସୁକୃତି ମହାପାତ୍ର, ସଂସ୍କୃତ କଲେଜ ଅଧ୍ୟକ୍ଷ ସରୋଜ ପ୍ରଧାନ, ସୁମିତ୍ରା ପ୍ରଧାନ, ଏଲିନା ପ୍ରିୟ ଦର୍ଶିନୀ, ନିର୍ମଳା ଦେହୁରୀ, ଜ୍ୟୋତି ପ୍ରକାଶ ନାୟକ, କୁନା ସାହୁ, ସୁଶାନ୍ତ ଦେହୁରୀ ପ୍ରଭୁତି ଅଂଶ ଗ୍ରହଣ କରିଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS