BREAKING
Loading...
:

ବଙ୍ଗୋପସାଗରରେ ସୃଷ୍ଟି ହେଲା ସଦୃଶ୍ୟ ଲଘୁଚାପ, ସୋମବାର ବାତ୍ୟା..

 ବଙ୍ଗୋପସାଗରରେ ସୃଷ୍ଟି ହେଲା ସଦୃଶ୍ୟ ଲଘୁଚାପ, ସୋମବାରେ ବାତ୍ୟା..



ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେବାକୁ ଯାଉଛି। ବଙ୍ଗୋପସାଗରରେ ପ୍ରଥମେ ଲଘୁଚାପ କ୍ଷେତ୍ର ହେବା ପରେ ଆଜି ସଦୃଶ୍ୟ ଲଘୁଚାପ ସୃଷ୍ଟି ହୋଇଛି। ଏହା ଘନିଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବ। ଏହାପରେ ଆସନ୍ତା ସୋମବାର ବେଳକୁ ଏହା ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶଙ୍କା କରିଛନ୍ତି।


ତେବେ ଭାରତ ପାଣିପାଗ ବିଭାଗ ଏ ନେଇ ସତର୍କ ସୂଚନା ଜାରି କରିଛି। ଳଗୁଚାପ ସୃଷ୍ଟି ହୋଇଥିବାରୁ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ଚେତାବନୀ ଦିଆଯାଇଛି। ସେହିପରି ବିଭାଗ ଅନୁସାରେ ଏହି ଲଘୁଚାପ ଆସନ୍ତାକାଲି ଅବପାତ ରୂପ ନେବ। ଫଳରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଏହି ଅବପାତ ଶକ୍ତିଶାଳୀ ହେବା ପରେ ସୋମବାର ଦିନ ବାତ୍ୟା ସୃଷ୍ଟି ହେବ।


ସୋମବାର ଦିନ ବାତ୍ୟା ସୃଷ୍ଟି ହେବା ପରେ ମଙ୍ଗଳବାର ଦିନ ଏହି ଘନିଭୂତ ହେବ। ଏହିଦିନ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ତେବେ ବୁଧବାର ଦିନ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ତେବେ ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ସଠିକ ତଥ୍ୟ ପ୍ରକାଶ ପାଇ ନ ଥିଲେ ମଧ୍ୟ ଘଣ୍ଟାକୁ ନବେ କିଲୋମିଟର ପର୍ଯ୍ୟନ୍ତ ପବନ ପ୍ରବାହିତ ହେବ ବୋଲି କୁହାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS