BREAKING
Loading...
:

ବିଜେପି ମୁଖ୍ୟାଳୟରେ ଏବେ ପ୍ରତିଦିନ ହେବ କାର୍ଯ୍ୟକର୍ତ୍ତାଙ୍କ ଜନଶୁଣାଣି !

 ବିଜେପି ମୁଖ୍ୟାଳୟରେ ଏବେ ପ୍ରତିଦିନ ହେବ କାର୍ଯ୍ୟକର୍ତ୍ତାଙ୍କ ଜନଶୁଣାଣି !



ଭାରତୀୟ ଜନତା ପାର୍ଟି ସଂଗଠନ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି ।


ବିଜେପିର ଜାତୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କ ମାର୍ଗଦର୍ଶନରେ ଜାତୀୟ ମହାସଚିବ ଶ୍ରୀ ତରୁଣ ଚୁଘ ଏକ ନୂତନ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ, ଏବେ ବିଜେପି ମୁଖ୍ୟାଳୟରେ ପ୍ରତିଦିନ କାର୍ଯ୍ୟକର୍ତ୍ତାଙ୍କ ସମସ୍ୟା ଶୁଣିବା ପାଇଁ ଜନଶୁଣାଣି ଆୟୋଜନ କରାଯିବ ।


ଏହି ବ୍ୟବସ୍ଥା ଅନୁସାରେ, ଜାତୀୟ ପଦାଧିକାରୀମାନେ ପ୍ରତିଦିନ ନିର୍ଦ୍ଧାରିତ ଦାୟିତ୍ୱରେ ରହି କାର୍ଯ୍ୟକର୍ତ୍ତାଙ୍କ ସମସ୍ୟା, ପରାମର୍ଶ ଓ ଅଭିଯୋଗକୁ ସିଧାସଳଖ ଶୁଣିବେ ।


ଦଳର ବିଶ୍ୱାସ ଯେ, ଏହି ପଦକ୍ଷେପ ଦ୍ୱାରା କାର୍ଯ୍ୟକର୍ତ୍ତା ଓ ଶୀର୍ଷ ନେତୃତ୍ୱ ମଧ୍ୟରେ ସିଧାସଳଖ ଯୋଗାଯୋଗ ଆହୁରି ମଜବୁତ ହେବ ଏବଂ ସାଂଗଠନିକ କାର୍ଯ୍ୟଧାରା ଅଧିକ ସୁଦୃଢ଼ ହେବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର , ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS