BREAKING
Loading...
:

୧୩ ବର୍ଷରେ ଲେଖିକା ! ଖେଳନା ବଦଳରେ କଲମ ଧରି ରାଷ୍ଟ୍ରୀୟ ସ୍ତରରେ ଚମକିଲେ ସମ୍ବଲପୁରର ଯୋଗେଶ୍ୱରୀ ।

 ୧୩ ବର୍ଷରେ ଲେଖିକା ! ଖେଳନା ବଦଳରେ କଲମ ଧରି ରାଷ୍ଟ୍ରୀୟ ସ୍ତରରେ ଚମକିଲେ ସମ୍ବଲପୁରର ଯୋଗେଶ୍ୱରୀ ।



ସମ୍ବଲପୁର:-


ବୟସ ମାତ୍ର ୧୩। ଏହି ବୟସରେ ପିଲାମାନେ ଖେଳନା ସହ ଖେଳୁଥିବା ବେଳେ ସମ୍ବଲପୁରର ଝିଅ ହାତରେ କଲମ ଧରି ଲେଖିଛନ୍ତି ଏକ ପୁସ୍ତକ। ନିଜ ଲେଖନୀର ଯାଦୁରେ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଡି. ଯୋଗେଶ୍ୱରୀ ମୌଡଲିୟର। ସମ୍ବଲପୁର ବାଳିକା ବିଦ୍ୟାଳୟର ଛାତ୍ରୀ ଯୋଗେଶ୍ୱରୀ ‘ମାଁ-ପିତା: ଭଗବାନ କା ସବସେ ସୁନ୍ଦର ରୂପ’ ଶୀର୍ଷକରେ ଏକ ହୃଦୟସ୍ପର୍ଶୀ ପୁସ୍ତକ ରଚନା କରିଛନ୍ତି। ପରିବାର, ମାତାପିତାଙ୍କ ମମତା ଓ ପାରିବାରିକ ମୂଲ୍ୟବୋଧକୁ ନେଇ ତାଙ୍କର ଚିନ୍ତନଶୀଳ ଲେଖନୀ ସମସ୍ତଙ୍କ ମନ ଜିଣିଛି। ତାଙ୍କର ଏହି ଅସାଧାରଣ ସୃଜନଶୀଳତାକୁ ସମ୍ମାନ ଜଣାଇ Worthy Wellness Foundation Trust ପକ୍ଷରୁ ତାଙ୍କୁ ‘ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ’ ପ୍ରଦାନ କରାଯାଇଛି। ଗତ ୧୬ ସେପ୍ଟେମ୍ବର ୨୦୨୬ରେ ଜାରି ହୋଇଥିବା ଏହି ପ୍ରମାଣପତ୍ରରେ ଯୋଗେଶ୍ୱରୀଙ୍କ ଚିନ୍ତନ ଓ ଲେଖନ ଶୈଳୀକୁ ଭୂରି ଭୂରି ପ୍ରଶଂସା କରାଯାଇଛି। ପାଠପଢ଼ା ସହ ସାହିତ୍ୟ ପ୍ରତି ରୁଚି ରଖିଥିବା ଯୋଗେଶ୍ୱରୀ ଆଜି କେବଳ ସମ୍ବଲପୁର ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବ। କମ୍ ବୟସରେ ଏଭଳି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛି। ପରିବାର, ଶିକ୍ଷକ ଓ ଶୁଭେଚ୍ଛୁଙ୍କ ସହଯୋଗରୁ ସେ ଆଗାମୀ ଦିନରେ ସାହିତ୍ୟ ଜଗତରେ ଆହୁରି ଆଗକୁ ଯିବେ ବୋଲି ଆଶା କରାଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS