BREAKING
Loading...
:

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ତପନ ସେଠୀ, ଏକକାଳୀନ ୭ଟି ସ୍ଥାନରେ ରେଡ୍‌*

 *ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ତପନ ସେଠୀ, ଏକକାଳୀନ ୭ଟି ସ୍ଥାନରେ ରେଡ୍‌*

 


 *କଟକ - : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡବି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ । ତପନ ସେଠୀ ଯାଜପୁର ବଡ଼ଚଣା ଆର୍ ଆଣ୍ଡବି ସବ୍ ଡିଭିଜନ୍ ରେ କାର୍ଯ୍ୟରତ ଅଛନ୍ତି ।*


କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଅତିରିକ୍ତ ଏସ୍ ପି, ୬ ଜଣ ଡିଏସ୍ ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ଟିମ୍ କଟକ ସିଡିଏ ସେକ୍ଟର-୭ରେ ଥିବା ତିନି ମହଲା କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା, କଟକ ଜିଲ୍ଲା କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ୍ ଓ ସିମ୍ପ୍ଲେକ୍ସ, ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆରେ ଥିବା ଦୁଇ ମହଲା ଘର, କଟକ ୪୨ ମୌଜାର ବାଣ୍ଟୁଣିଆସ୍ଥିତ ଶ୍ୱଶୁର ଘର, ଭୁବନେଶ୍ୱର କଣ୍ଟାବାଡ଼ରେ ଥିବା ଦୁଇ ମହଲା କୋଠା ଏବଂ ବଡ଼ଚଣାସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଯାଞ୍ଚ କରୁଛି। ଭିଜିଲାନ୍ସର ଚଢ଼ାଉ ଜାରି ରହିଥିବାରୁ ଯାଞ୍ଚ ପରେ ସମ୍ପତ୍ତିର ପରିମାଣ ସମ୍ପର୍କରେ ଅଧିକ ତଥ୍ୟ ମିଳିବାର ସମ୍ଭାବନା ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS