BREAKING
Loading...
:

ରାୟଗଦା,ଗ୍ରାମର ସବୁଠାରୁ ବଡ଼ ସମସ୍ୟା ହେଉଛି ଯାତାୟାତ ଓ ସ୍ୱାସ୍ଥ୍ୟ ସେବା। ମେଡିକାଲ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଗ୍ରାମବାସୀଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଛି

 



ରାୟଗଦା,ଗ୍ରାମର ସବୁଠାରୁ ବଡ଼ ସମସ୍ୟା ହେଉଛି ଯାତାୟାତ ଓ ସ୍ୱାସ୍ଥ୍ୟ ସେବା। ମେଡିକାଲ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଗ୍ରାମବାସୀଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଛି। ବିଶେଷକରି ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ଗୁରୁତର ରୋଗୀମାନଙ୍କୁ ମେଡିକାଲ ନେବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏହା ସହିତ ଗ୍ରାମରେ ଆଜି ପର୍ଯ୍ୟନ୍ତ କୌଣସି ଲୋକ ଇନ୍ଦିରା ଆବାସ ଯୋଜନାରେ ଘର ପାଇନଥିବା ଅଭିଯୋଗ ହେଉଛି। ଫଳରେ ଅନେକ ଗରିବ ପରିବାର ଆଜି ବି ନିଜସ୍ୱ ପକ୍କା ଘରରୁ ବଞ୍ଚିତ ହୋଇ ରହିଛନ୍ତି। ଏହା ଗ୍ରାମବାସୀଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି।

ବର୍ଷା ଦିନରେ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଉଥିବାରୁ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଛି। ଗ୍ରାମରେ ଉପଯୁକ୍ତ ରାସ୍ତା, ଆବାସ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାର ଅଭାବ ଗ୍ରାମବାସୀଙ୍କ ଜୀବନକୁ ପ୍ରଭାବିତ କରୁଛି।

ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବା ଜରୁରୀ

ବଡ଼ଜାମଟି ଗ୍ରାମବାସୀଙ୍କ ଏହି ଦୁର୍ଦ୍ଦଶା ଦୂର କରିବା ପାଇଁ ପ୍ରଶାସନ ଓ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଗ୍ରାମକୁ ଏକ ଭଲ ରାସ୍ତା ନିର୍ମାଣ କରିବା ସହିତ ଯୋଗ୍ୟ ଗରିବ ପରିବାରଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉ।

ପ୍ରଶ୍ନ ଉଠୁଛି — ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଥିବା ସତ୍ତ୍ୱେ ବଡ଼ଜାମଟି ଗ୍ରାମବାସୀ ଆଜି ବି କାହିଁକି ମୌଳିକ ସୁବିଧାରୁ ବଞ୍ଚିତ?

ଗ୍ରାମବାସୀଙ୍କ ଏହି ଦୁଃଖ ଓ ଦୁର୍ଦ୍ଦଶା ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେବ, ତାହାକୁ ଅପେକ୍ଷା କରିଛନ୍ତି ବଡ଼ଜାମଟି ଗ୍ରାମର ଲୋକମାନେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS