ବିଏସ କଲେଜ ୩ ପଦବୀକୁ ନେଇ ଛକା ପଞ୍ଝା
---------------------------------------------------
ଦଶପଲ୍ଲା, 10/10
ଦଶପଲ୍ଲା ର ସର୍ବ ପୁରାତନ କଲେଜ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ର ଛାତ୍ର ସଂସଦ ନିର୍ବାଚନ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି । ଗତକାଲି ସଭାପତି ପଦ ପାଇଁ 3ଜଣ ନାମାଙ୍କନ ଭରି ଥିଲେହେଁ ଆଜି ତନ୍ମଧ୍ୟରୁ ଜଣେ ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ନିର୍ବାଚନ କେବଳ ସଭାପତି, ଉପ ସଭାପତି ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ କରାଯିବ ବୋଲି କଲେଜ ପକ୍ଷରୁ ଜଣା ଯାଇଛି । ତେବେ ସହ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ, କ୍ରୀଡା ସମ୍ପାଦକ ସୋୟାମଜିତ ପାଣି, ସହ କ୍ରୀଡା ସମ୍ପାଦିକା ସୋନାଲି ବେହେରା, ଡ୍ରାମା ସମ୍ପାଦକ ରୋନାଲିତ ବିଶ୍ୱାଳ, ସହ ଡ୍ରାମା ସମ୍ପାଦକ ମହେଶ ପାତ୍ର, ବାଳକ କମନରୁମ ସମ୍ପାଦକ ରାକେଶ ବେହେରା, ବାଳିକା କମନରୁମ ସମ୍ପାଦିକା ସ୍ମୃତି ପ୍ରଧାନ, ଦିବାଧ୍ୟାୟୀ ଛାତ୍ର ସମ୍ପାଦିକା ସ୍ଥିତିପ୍ରଜ୍ଞ୍ୟା ପ୍ରଧାନ ପ୍ରଭୃତି ଗୋଟିଏ ପଦବୀ ପାଇଁ ଜଣେ ଜଣେ ଥିବାରୁ ସେମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ ଏଥିରେ ସନ୍ଦେହ ନାହିଁ । ବିଜୟୀ ଘୋଷଣା ପରେ ସେମାନେ ନିଜେ କହିବେ କିଏ କେଉଁ ଦଳର ପ୍ରାର୍ଥୀ ବୋଲି. ସେଇ ପର୍ଯ୍ୟନ୍ତ ଅପେକ୍ଷା ।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق