BREAKING
Loading...
:

ଓଡ଼ାପଡ଼ା ତହସିଲଦାର ଚାକିରୀ ରୁ ନିଲମ୍ବିତ।

 



ଓଡ଼ାପଡ଼ା ତହସିଲଦାର ଚାକିରୀ ରୁ ନିଲମ୍ବିତ।

ଓଡ଼ାପଡ଼ା, ଢେଙ୍କାନାଳ।


       ଢ଼େଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ଚାକିରୀରୁ ନିଲମ୍ବିତ ହୋଇଛନ୍ତି।ତାଙ୍କରି ନାମରେ ଦୀର୍ଘଦିନଧରି ମହାଦୁର୍ନୀତିର ଅଭିଯୋଗ ହୋଇଆସୁଥିଲା।

       ପ୍ରକାଶ ଥାଉ କି ଏବେ ଗୋଟିଏ ସପ୍ତାହ ତଳେ ତାଙ୍କ ନାମରେ ବିଭିନ୍ନ ଅଭିଯୋଗ ଆସୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସିଧାସଳଖ ପ୍ରତିକ୍ରିୟା ନଦେଇ ସେ ସ୍ୱଚ୍ଛ ଏବଂ ଆଇନ୍ ଅନୁଯାୟୀ ଦୁର୍ନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାର କଥା ବହୁ ଦମ୍ଭର ସହ କହିଥିଲେ।ଶେଷରେ ଦିନ କେଇଟା ନହେଉଣୁ ରାଜ୍ୟ ସରକାର ତାଙ୍କୁ ଚାକିରୀରୁ ନିଲମ୍ୱିତ କରିଛନ୍ତି।ବହୁପୂର୍ବରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବାର ଥିଲା ସେ ରକ୍ଷକ ହୋଇ ଭକ୍ଷକ ସାଜିଥିଲେ। ସରକାରୀ କାର୍ଯ୍ୟରେ ଅନିୟମିତତା ଓ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ଜିଲ୍ଲା ମୁଖ୍ୟାଳୟ ନ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS