BREAKING
Loading...
:

କିଶୋର ପ୍ରସାଦରେ ନଳକୂପ ଅଚଳ, ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି

 କିଶୋର ପ୍ରସାଦରେ ନଳକୂପ ଅଚଳ, ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି 



ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ କିଶୋର ପ୍ରସାଦ ପଞ୍ଚାୟତର ବିଭିନ୍ନ ଗ୍ରାମରେ ନଳକୂପ ଅଚଳ ହୋଇ ପଡିରହିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି । ଏପରିକି ୧୨ ଦିନ ହେବ ନିଜେ ସରପଞ୍ଚ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ତେବେ ବାଧ୍ୟହୋଇ ସରପଞ୍ଚଙ୍କ ପ୍ରତିନିଧି ବିଜୟ କୁମାର ବେହେରା ବିଭିନ୍ନ ସୋସିଆଲ ମିଡ଼ିଆ ଗ୍ରୁପରେ ଜଣାଇବା ସହିତ ତୁରନ୍ତ ନଳକୂପ ସଜାଡିବାକୁ ନିବେଦନ କରିଛନ୍ତି । ଉକ୍ତ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର,ପାଣ୍ଡରା ସିଙ୍ଗା ଏବଂ ପତଣ୍ଡା ହରିଜନ ସାହିରେ ଦୀର୍ଘ ଦିନ ହେବ ନଳକୂପ ଅଚଳ ହୋଇ ପଡିରହିଛି । ଗ୍ରାମବାସୀ ମାନେ ପାଣିଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ନଳକୂପ ମରାମତି ହୋଇ ପାରୁ ନାହିଁ । ସରକାର ପ୍ରତ୍ୟେକ ସୋମବାର ବ୍ଳକରେ ଜନଶୁଣାଣୀ କରୁଥିବା ବେଳେ ପାନୀୟ ଜଳ ଯୋଗାଣ ବିଭାଗ କଣ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।  ଜଣେ ସରପଞ୍ଚଙ୍କ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ ବୋଲି ସେ ସୋସିଆଲ ମିଡ଼ିଆର ସାହାର ନେଉଛନ୍ତି ତେବେ ସାଧାରଣ ଜନତାଙ୍କ ଅବସ୍ଥା କେମିତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS