BREAKING
Loading...
:

ନୟାଗଡ଼ରେ ଜିଲ୍ଲା ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ' ପ୍ରତିଯୋଗିତା: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ଓ ପ୍ରମାଣ ପତ୍ର ପ୍ରଦାନ

 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ' ପ୍ରତିଯୋଗିତା: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ଓ ପ୍ରମାଣ ପତ୍ର ପ୍ରଦାନ  


ନୟାଗଡ (ମଣିଭଦ୍ରା ଖବର) "ସେବା ସଂକଳ୍ପ ଅଭିଯାନ" ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନୟାଗଡ଼ର ଆନୁକୂଲ୍ୟରେ "ସେବା ସଂକଳ୍ପ ଅଭିଯାନ ସ୍ଵପ୍ନର ଭାରତ" ଶୀର୍ଷକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ସହ ପୁରସ୍କାର ବିତରଣ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହିତ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁ, ଶ୍ରୀମତୀ ବନଲତା ବେହେରା ଏବଂ ଏପିଡି ମହୋଦୟ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ।



ପ୍ରତିଯୋଗିତାକୁ ମୋଟ ତିନୋଟି ସ୍ତରରେ ବିଭକ୍ତ କରାଯାଇଥିଲା। ଚିତ୍ରାଙ୍କନ ଓ ବକ୍ତୃତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ସ୍ଵପ୍ନର ସମୃଦ୍ଧ ଓ ବିକଶିତ ଭାରତର ଚିତ୍ର ଏବଂ ବିଚାର ଉପସ୍ଥାପନ କରିଥିଲେ।  

ଉତ୍ସବର ଶେଷ ପର୍ଯ୍ୟାୟରେ ମଞ୍ଚାସୀନ ମାନ୍ୟଗଣ୍ୟ ଅତିଥିବୃନ୍ଦ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର, ମାନପତ୍ର ଓ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ,ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର, ଜୁନିଅର ଆସିଷ୍ଟାଣ୍ଟ,ବିଚାରକ ମଣ୍ଡଳୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଗୁରୁଜୀ-ଗୁରୁମା ଏବଂ ଶିକ୍ଷାକର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS