ପାରିବାରିକ କଳହର କରୁଣ ପରିଣତି l ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ଅନୁତାପ ରେ ସ୍ୱାମୀର ଆତ୍ମହତ୍ୟା ।
ପରଜଙ୍ଗ, -: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ୩ ନମ୍ବର କଲୋନୀରେ ଅଭାବନୀୟ ଘଟଣା l ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ଅନୁତାପ କରି ସ୍ୱାମୀର ଆତ୍ମହତ୍ୟା l ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ସ୍ୱାମୀ ରତ୍ନାକର ନାଏକ ସ୍ତ୍ରୀ ରଶ୍ମିତା ନାଏକଙ୍କୁ ଆକ୍ରମଣ କରିଥିବା ଏବଂ ଏଥିରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ପରେ ରତ୍ନାକର ଘର ଭିତରେ ଛୁଆମାନଙ୍କୁ ତାଲା ପକାଇ ନିଜେ ଘର ପାଖ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ।ଖବର ପାଇ ପରଜଙ୍ଗ ପୋଲିସ ସହ କାମାକ୍ଷାନଗର ଏସଡିପିଓ ଚିତ୍ତରଞ୍ଜନ ବେହେରା ଓ ଥାନା ଅଧିକାରୀ ସୁବ୍ରତ ସାହୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲ୍ଲା ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରୁଛି।ତେବେ ଦମ୍ପତିଙ୍କ ମୃତ୍ୟୁର ସଠିକ୍ କାରଣ ଓ ସମ୍ପୂର୍ଣ୍ଣ ଘଟଣାକ୍ରମ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଉଭୟ ମୃତ୍ୟୁକଙ୍କ ଦୁଇ ଟି ସନ୍ତାନ ମଧ୍ୟ ରହିଛି l ତେବେ ଘଟଣା କୁ ନେଇ ଅଞ୍ଚଳରେ ସୁକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق