ପୌର ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ ଚାଲିଛି- ନଗର ଉନ୍ନୟନ ମନ୍ତ୍ରୀ
ପୌର ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ କାମ ଚାଲିଛି। ଅବଧି ସରିବା ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ସୀମା ନିର୍ଦ୍ଧାରଣ ଏକ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ।
ଏନେଇ ଜିଲ୍ଲାପାଳମାନଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ୱାର୍ଡ ସୀମା ନିର୍ଦ୍ଧାରଣ ଲାଗି ମଧ୍ୟ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସଂରକ୍ଷଣ ବ୍ୟବସ୍ଥା ଉପରେ କାମ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق