BREAKING
Loading...
:

ବିରଳ ପ୍ରଜାତିର ପେଲିଆନ ପକ୍ଷୀ ଉଦ୍ଧାର




 ବିରଳ ପ୍ରଜାତିର ପେଲିଆନ ପକ୍ଷୀ ଉଦ୍ଧାର

କେନ୍ଦ୍ରପଡ଼ା,- : 

ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲ୍ଲା ଅଞ୍ଚଳରୁ  ଏକ ବିରଳ ପ୍ରଜାତିର ପେଲିଆନ ପକ୍ଷୀ ଉଦ୍ଧାର କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ, ଏହି ପଞ୍ଚାୟତର ଲୁଣିମାଟିଆ ଗ୍ରାମର ଜମିରେ ଦିନ ୯ ଟା ସମୟରେ ଏକ ବିରଳ ପ୍ରଜାତିର ପେଲିଆନ ପକ୍ଷୀ ଚରୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ନିକଟସ୍ଥ ଜମ୍ବୁ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଜମ୍ବୁ ରେଞ୍ଜର ଶାନ୍ତନୁ ଦଳାଇଙ୍କ ନିର୍ଦ୍ଦେଶ କ୍ରମେ ବନ ରକ୍ଷକ ରଞ୍ଜିତ କୁମାର ସ୍ୱାଇଁ, ପ୍ରଶାନ୍ତ ମହାନ୍ତି ପ୍ରମୁଖ ଲୁଣି ମାଟିଆ ରେ ପହଞ୍ଚି ଉକ୍ତ ପେଲିଆନ ପକ୍ଷୀଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ଅଣିଥିଲେ । ଉକ୍ତ ପେଲିଆନ ପକ୍ଷୀଟିକୁ ବନବିଭାଗ କାର୍ଯ୍ୟାଳୟରେ ରଖାଯାଇ ଚିକିତ୍ସା କରାଯାଉଛି । ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଉକ୍ତ ପକ୍ଷୀଟିକୁ ଓ.ଆର.ଏସ ଦିଆଯାଉଥିବା ବେଳେ ତା ଉପରେ ନଜର ରଖାଯାଇଛି । ତେବେ ଉକ୍ତ ପେଲିକାନ ପକ୍ଷୀଟି ସୁସ୍ଥ ହେବା ପରେ ତାକୁ ଭିତରକନିକା ପ୍ରାଣୀ ଉଦ୍ୟାନ କିମ୍ବା ଚିଲିକା ଅଞ୍ଚଳରେ ଛାଡି ଦିଆଯିବ ବୋଲି ରେଞ୍ଜର ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS