BREAKING
Loading...
:

ପବିତ୍ର ନୂଆଖାଇ ଅବସରରେ ଚନ୍ଦ୍ରମୌଳୀ ବାବା ସଦାଦାସ ତୋଟା ରେ ୫୦୦ ଆମ୍ବ ଚାରା ରୋପଣ: ସାମିଲ ହେଲେ ସମାଜସେବୀ ଓ ବୁଦ୍ଧିଜୀବୀ ।

 



ପବିତ୍ର ନୂଆଖାଇ ଅବସରରେ ଚନ୍ଦ୍ରମୌଳୀ ବାବା ସଦାଦାସ ତୋଟା ରେ  ୫୦୦ ଆମ୍ବ ଚାରା ରୋପଣ: ସାମିଲ ହେଲେ ସମାଜସେବୀ ଓ ବୁଦ୍ଧିଜୀବୀ ।

ଚାରିଛକ:

ପବିତ୍ର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଉପଲକ୍ଷେ ସ୍ଥାନୀୟ ଚନ୍ଦ୍ରମୌଳୀ ବାବା ସଦାଦାସ ତୋଟା ରେ  ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଆୟୋଜିତ ଏହି ମହତ କାର୍ଯ୍ୟକ୍ରମରେ ପୀଠ ପରିସରରେ ୫୦୦ ଆମ୍ବ ଚାରା ରୋପଣ କରାଯାଇଛି।

ଗୋପବନ୍ଧୁ ସମାଜସେବା ଟ୍ରଷ୍ଟ ଏବଂ ମାଧବାନନ୍ଦ ଜିଉ ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ଗୋପବନ୍ଧୁ ସମାଜସେବା ଟ୍ରଷ୍ଟର ସଭାପତି ବସନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ଉପସଭାପତି ରଶ୍ମିତା ଜେନା, ସମ୍ପାଦକ ବିଜୟ କୁମାର ଦାଶ, ସହ-ସମ୍ପାଦକ ବୁଟୁନି ରାଉତ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଖଟୋଇ ଏବଂ ଟ୍ରଷ୍ଟି ତପନ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିସହ ଟ୍ରଷ୍ଟର ସଦସ୍ୟ ବିଭୁ ପ୍ରସାଦ ସାହୁ, ଆନନ୍ଦ କୁମାର ସାହୁ, ସନ୍ଧ୍ୟାରାଣୀ ସେନାପତି ଓ ଶରତ ଜେନା ,ମହେନ୍ଦ୍ର ପ୍ରଧାନ ,ପ୍ରକାଶ ପ୍ରଧାନ ,ସୁମନ୍ତ ଜେନା ଓ ଅନିଲ ପାତ୍ର ଙ୍କ ସମେତ ସମସ୍ଥ ସଭ୍ୟ ସକ୍ରିୟ ଭାବେ ଚାରା ରୋପଣରେ ଅଂଶଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ମାଧବାନନ୍ଦ ଜିଉ ବିକାଶ ପରିଷଦର ତ୍ରିଲୋଚନ ପୁଷ୍ପାଳକ, ସୁକାନ୍ତ ସାହୁ, ଅଶୋକ ପୁଷ୍ପାଳକ ଏବଂ ନିରାଶ୍ରୟ ସେବାସଂଘର ପ୍ରତିନିଧି ରବୀନ୍ଦ୍ର ବେହେରା ଉପସ୍ଥିତ ରହି ବୃକ୍ଷରୋପଣ ମାଧ୍ୟମରେ ଧରିତ୍ରୀକୁ ସବୁଜ ସୁନ୍ଦର କରି ଗଢ଼ିତୋଳିବା ପାଇଁ ବାର୍ତ୍ତା ଦେଇଥିଲେ। ଗଛ ଲଗାଇବା ସହ ଏହାର ଯତ୍ନ ଓ ସୁରକ୍ଷା ନେବା ଉପରେ ଉପସ୍ଥିତ ସମସ୍ତ ସଦସ୍ୟ ଗୁରୁତ୍ୱାରୋପ କରି ଶପଥ ନେଇଥିଲେ। ସ୍ଥାନୀୟ ଅଞ୍ଚଳବାସୀ ଏହି ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS