BREAKING
Loading...
:

ପ୍ରିପେଡ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏଣିକି ମିଳିବ ୩୦ ଦିନିଆ ପ୍ଲାନ୍ ସହ ଭଏସ୍-ଓନ୍ଲି ଅପ୍ସନ୍

 ପ୍ରିପେଡ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏଣିକି ମିଳିବ ୩୦ ଦିନିଆ ପ୍ଲାନ୍ ସହ ଭଏସ୍-ଓନ୍ଲି ଅପ୍ସନ୍



ଭାରତରେ ପ୍ରିପେଡ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସୁଛି। ଏହି ସମ୍ପର୍କରେ ରାଘବ ଚଢ଼ା ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସରକାର ଟେଲିକମ୍ କନ୍ଜ୍ୟୁମର ପ୍ରୋଟେକ୍ସନ୍ (ତ୍ରୟୋଦଶ ସଂଶୋଧନ) ରେଗୁଲେସନ୍, ୨୦୨୬ ଜାରି କରିଛନ୍ତି । ଏହା ଦ୍ୱାରା ଗ୍ରାହକମାନେ ଅନେକ ସୁବିଧା ପାଇବେ । ଏଣିକି ୩୦ ଦିନିଆ ରିଚାର୍ଜ ପ୍ଲାନ୍ ଉପଲବ୍ଧ ହେବ ।


ଫଳରେ ବର୍ଷକୁ ୧୩ ଥର ରିଚାର୍ଜ କରିବା ପରିବର୍ତ୍ତେ ୧୨ ଥର ମାସିକ ରିଚାର୍ଜ କରିବାକୁ ପଡ଼ିବ ।


ସେ ଆହୁରି କହିଛନ୍ତି ଯେ, ଯେଉଁ ଗ୍ରାହକମାନଙ୍କର ଡାଟାର ଆବଶ୍ୟକତା ନାହିଁ, ସେମାନଙ୍କ ପାଇଁ କେବଳ ଭଏସ୍ ଓ SMS ସୁବିଧା ଥିବା ପ୍ଲାନ୍ ଦିଆଯିବ । କମ୍ ବଜେଟର ଗ୍ରାହକ, ବିଶେଷକରି ଯେଉଁମାନଙ୍କୁ ମୁଖ୍ୟତଃ ମୌଳିକ ଭଏସ୍ କଲ୍‌ର ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ଏହା ଅଧିକ ଉପଯୋଗୀ ବିକଳ୍ପ ହେବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS