BREAKING
Loading...
:

ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ

 ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ



ଏହି ବନ୍ୟା ପରିସ୍ଥିତିର ସବୁଠାରୁ ବଡ଼ ପ୍ରଭାବ ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ଶାକ୍ତ ପୀଠ ମା' ଭଟ୍ଟାରିକାଙ୍କ ମନ୍ଦିର ଉପରେ ଦେଖିବାକୁ ମିଳିଛି । ଉଛୁଳା ମହାନଦୀର ବନ୍ୟାଜଳ କୂଳ ଲଙ୍ଘି ଆସି ଭଟ୍ଟାରିକା ମନ୍ଦିରର ବେଢ଼ାକୁ ଛୁଇଁଲାଣି । ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏବଂ ପାଣିର ସୁଅ ଅତ୍ୟନ୍ତ ତୀବ୍ର ଥିବାରୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଭଟ୍ଟାରିକା ପୀଠ ଓ ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା (ପୂର୍ବର ୧୪୪ ଧାରା) ଜାରି କରାଯାଇଛି । ସାଧାରଣ ଲୋକ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ନଦୀକୂଳ କିମ୍ବା ମନ୍ଦିର ପରିସରକୁ ଯିବା ଲାଗି ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS