ଏମଏମଡିଆର ବିଲକୁ ନେଇ ବିଜେଡିର ଅସ୍ପଷ୍ଟ ଆଭିମୁଖ୍ୟ, ବିଜେପିର ସାଂସଦଙ୍କୁ ଟାର୍ଗେଟ୍, ମୋଦୀ ଓ ଶାହାଙ୍କ କ୍ଷେତ୍ରରେ ଚୁପ୍
ରାଜ୍ୟ ବିଜେପି ଓ ମୋହନ ସରକାରଙ୍କ ପ୍ରତି ନବୀନ ପଟ୍ଟନାୟକ ଗରମ ଆଭିମୁଖ୍ୟ ରଖୁଥିବାବେଳେ, କେନ୍ଦ୍ର ପ୍ରତି ସଫ୍ଟ ହେଉଛନ୍ତି । ଏମଏମଡିଆରକୁ ନେଇ ବିଜେପିର ସାଂସଦ ଓ ମନ୍ତ୍ରୀଙ୍କୁ ନିଇତି ଘେରୁଛି ବିଜୁ ଜନତା ଦଳ । ଗତକାଲି ମଧ୍ୟ ନବୀନ ବର୍ଷିଲେ, ହେଲେ ମୋଦି ଓ ଶାହଙ୍କୁ ପଦୁଟିଏ ଧରିଲେନି । ବିରୋଧୀ ଇଣ୍ଡି ମେଣ୍ଟ ବିକ୍ଷୋଭରେ ସାମିଲ ହେଉନି ତାଙ୍କ ଦଳ।
ଯାହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ।
ଏମଏମଡିଆର ପ୍ରସଙ୍ଗରେ ରାଜ୍ୟରେ ଜୋରଜାର ଲଢେଇ କରୁଛି ବିଜେଡ଼ି । ଗତ ସୋମବାର ଲୋୟର ପିଏମଜିର ଶକ୍ତି ପ୍ରଦର୍ଶନ କରି ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ଋଣହୁଙ୍କାର ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲଗାତର ଭାବେ ମୋହନ ସରକାରଙ୍କୁ ଟାର୍ଗେଟ କରିବା ସହ ବିଜେପିର ସାଂସଦଙ୍କୁ ଶଣ୍ଡୁଆସି ଆକ୍ରମଣ କରୁଛନ୍ତି । ହେଲେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଏମଏମଡିଆର ବିଲକୁ ନେଇ ନବୀନ ପଟ୍ଟନାୟକଙ୍କର ଅସ୍ପଷ୍ଟ ଆଭିମୁଖ୍ୟ ରହିଛି । ଗତକାଲି ଭାଷଣରେ କେନ୍ଦ୍ର ସରକାରଙ୍କ ବିରୋଧରେ ପଦୁଟିଏ ବି କହିଲେନି ନବୀନ । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ଧରୁନାହାନ୍ତି ନବୀନ କି କେନ୍ଦ୍ର ସରକାରଙ୍କ ବିରୋଧରେ କୌଣସି କଠୋର ଆଭିମୁଖ୍ୟ ରଖି ନାହାନ୍ତି । ବଡ ପ୍ରଶ୍ନ ହେଉଛି ପୂର୍ବରୁ ଅନେକ ପ୍ରସଙ୍ଗରେ ଦିଲ୍ଲୀରେ ପ୍ରତିବାଦ କରିଛି ବିଜେଡି । ଏମଏମଡିଆର ପ୍ରସଙ୍ଗରେ ରାଜ୍ୟ ବାହାରକୁ ଯିବକି ବିଜେଡି ଆନ୍ଦୋଳନ ।
ଏସଆଇଆର ପ୍ରସଙ୍ଗରେ ବିରୋଧୀ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ସହ କାର୍ୟ୍ୟାନୁଷ୍ଠାନ ଦାବି କରୁଛନ୍ତି । ବିଧାନସଭା ଅଧିବେଶନ ସମୟରେ ନବୀନ ପଟ୍ଟନାୟକ ମଧ୍ୟ ଗଣମାଧ୍ୟମରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ । ହେଲେ ଆସନ୍ତାକଲି ଇଣ୍ଡି ମେଂଟ ଦିଲ୍ଲୀରେ କେନ୍ଦ୍ର ସରକାର ଜ୍ଞାନେଶ କୁମାରଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିବେ । କିନ୍ତୁ ଏଥିରେ ବିଜୁ ଜନତା ଦଳ ସାମିଲ ହେଉ ନାହିଁ । ଯାହା ଦଳର ଅସ୍ପଷ୍ଟ ଆଭିମୁଖ୍ୟକୁ ସାମ୍ନାକୁ ଆଣୁଛି । ରାଜନୈତିକ ମହଲରେ ଆଉ ଏକ ଚର୍ଚ୍ଚା ହେଉଛି, ସୁଜାତାଙ୍କୁ ଗତକାଲି ପଲିଟିକାଲ ଲଂଚ କରିଛନ୍ତି ନବୀନ ପଟ୍ଟନାୟକ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق