*ଆଦିବାସୀ ଗାଁରୁ ଡାକ୍ତର ପାଠ ପାଇଁ ମନୋନୀତ*
ମାଲକାନଗିରି ,
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମ ସୋମନାଥପୁର ପଞ୍ଚାୟତ ପିଲାକୁସୁମୀ ଗ୍ରାମର ରାଜେନ୍ଦ୍ର ହନ୍ତାଳ ପଢିବେ ଡାକ୍ତର ପାଠ।ଗରିବ ଘର ପିଲା ଦୃଢ଼ ଇଚ୍ଛା ଶକ୍ତି ସବୁ କିଛି ହାର ମାନି ସଫଳତା ଛୁଇଁଛି।ରାଜେନ୍ଦ୍ର ପାଠ ପଢିବା ଆରମ୍ଭ କରିଥିଲେ ନିଜ ଗାଁ ପିଲାକୁସୁମୀ ସରକାରୀ ସ୍କୁଲ ପରେ ମାଲକାନଗିରି ଏକଲବ୍ୟ ଦଶମ ଶ୍ରେଣୀ ପଢି ୮୨ଶତକଡ଼ା ରଖି ପାସ ହୋଇଥିଲେ।ବୃତ୍ତି ପାଇଁ ଭୋପାଳ +୨ପଢି ନିଟ ପରୀକ୍ଷା ଦେଇଥିଲେ।ପରବର୍ତି ସମୟରେ ସେ ଡାକ୍ତର ପଢିବାକୁ ମନୋନୀତ ହୋଇଛନ୍ତି।ବାପା ମାଣିକ ହନ୍ତାଳ ଜଣେ ଚାଷୀ । ସୋମନାଥପୁର ପଞ୍ଚାୟତ ସଭାଗୃହ ଠାରେ ସରପଞ୍ଚ ମଞ୍ଜୁଳା ଶୀଷାଙ୍କ ନେତୃତ୍ୱରେ ସମର୍ଦ୍ଧନ ସଭା ଅନୁଷ୍ଠିତ ହୋଇଥିଲା।ରାଜେନ୍ଦ୍ର ନିଜର ସଂଘର୍ଷ ବିଷୟରେ ବକ୍ତବ୍ୟ ରଖିଥିଲେ।ସରପଞ୍ଚ ମଞ୍ଜୁଳା , ଆନନ୍ଦ ମଣ୍ଡଳ, ଭୀମସେନ ଖେମୁଣ୍ଡୁ, ଗଣେଶ ଶୀଷା ଓ ସଞ୍ଜିତ ଦାସ ଓ ଗ୍ରାମବାସୀ ସମସ୍ତେ ମିଶି ରାଜେନ୍ଦ୍ରକୁ ସଂମାନିତ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment