BREAKING
Loading...
:

ଢେଙ୍କାନାଳରେ ଖୋଲିଲା ଶସ୍ୟ ATM.





 ଢେଙ୍କାନାଳରେ ଖୋଲିଲା ଶସ୍ୟ ATM.

 ଢେଙ୍କାନାଳ।


ଢେଙ୍କାନାଳ କୁଞ୍ଜକାନ୍ତ ଆରଟିଓ ଅଫିସ ପାଖରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ, ଦକ୍ଷ ଓ ଜନସାଧାରଣଙ୍କ ପାଇଁ ସୁବିଧାଜନକ କରିବା ଦିଗରେ ଢେଙ୍କାନାଳ ଜିଲ୍ଲା ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ଢେଙ୍କାନାଳଠାରେ 'ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍'ର ମାନ୍ୟବର ଓଡିଶା ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମହୋଦୟ ଶୁଭ ଉଦ୍‌ଘାଟନ କରିଥିଲେ ।


ଓଡ଼ିଶା ସରକାର ଓ ଜାତିସଂଘର ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ (WFP)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟବସ୍ଥା ଖାଦ୍ୟ ବଣ୍ଟନ କ୍ଷେତ୍ରରେ ପ୍ରଯୁକ୍ତି, ପାରଦର୍ଶିତା ଓ ସୁଶାସନର ଏକ ଅନନ୍ୟ ସମନ୍ୱୟ ସୃଷ୍ଟି କରିବ। ଏହା ଜନକଲ୍ୟାଣମୂଳକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଢେଙ୍କାନାଳ ଅଞ୍ଚଳର ହିତାଧିକାରୀଙ୍କୁ ଅଧିକ ସୁବିଧା ପ୍ରଦାନ କରିବ।


ଏହି ଅବସରରେ ମାନନୀୟା ଢେଙ୍କାନାଳ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ୟୁଏନ୍ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ଭାରତର ଉପନିର୍ଦ୍ଦେଶିକା ଶ୍ରୀମତୀ ନୋଜୋମି ହାଶିମୋଟୋଙ୍କ ସମେତ ପାରିଷଦବୃନ୍ଦ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଧିକାରୀ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS