BREAKING
Loading...
:

ଧୂଆଁ ମଡା ସରସ୍ବତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

 ଧୂଆଁ ମଡା ସରସ୍ବତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ 





ଗଣିଆ (ମଣିଭଦ୍ରା ଖବର) ଆଜି ଜନ୍ମାଷ୍ଟମୀ ଉପଲକ୍ଷେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଧୁଆ ମଡ଼ା, ଆଡ଼କଟା ପରିସରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । କୁନି କୁନି ଛାତ୍ରଛାତ୍ରୀମାନେ ରାଧା କୃଷ୍ଣ ଏବଂ ସୁଦାମା ବେଶରେ ଆଡ଼କଟା ବଜ଼ାର ଓ ଧୁଆମଡ଼ା ଗ୍ରାମ ପରିକ୍ରମା କରିବା ସହିତ ରାମେଶ୍ୱର ମହାଦେବ ମନ୍ଦିରରେ ପୂଜା ପାଠ କରି ବିଦ୍ୟାଳୟକୁ ପ୍ରତ୍ୟାବର୍ତନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ରାଧାକୃଷ୍ଣ ବେଶରେ ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲେ । ଏହି କାର୍ଯ୍ୟକ୍ରମରେ ଅଭିଭାବକ ଚନ୍ଦ୍ରଶେଖର ସାହୁ, ବିନୋଦ ବିହାରୀ ସାହୁ, ସମ୍ପାଦକ କାଳନ୍ଦୀ ଚରଣ ସାହୁ, ପ୍ରଧାନ ଗୁରୁମା କବିତା ଗୁରୁମା ଏବଂ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ କରିଥିଲେ। ଉକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଶିକ୍ଷା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବାରୁ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଛନ୍ତି । 

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS