*୨୨ରୁ ବିଧାନସଭା; ରାଜଧାନୀରେ ଟ୍ରାଫିକ୍ କଟକଣା*
ଆସନ୍ତା ୨୨ରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ଅଧିବେଶନ ।
ବିଧାନସଭା ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ଆଦେଶନାମା ଜାରି।
ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ୍ର କଟକଣା ।
ହାଉସିଂ ବୋର୍ଡରୁ ରବୀନ୍ଦ୍ର ମଣ୍ଡପ ରାସ୍ତା କେଶରୀ ଟକିଜ୍ ନିକଟରୁ ବଦଳିବ ।
ଏଜି ଛକରୁ ପିଏମଜି ଯିବାକୁ ହେଲେ ଆଇଜି ପାର୍କ ରାସ୍ତାରେ ଯିବାକୁ ହେବ ।
ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଯିବାକୁ ହେଲେ ପାର୍ଶ୍ୱ ଗଳି ବାଟ ଦେଇ ଯାଇହେବ ।
୧୨୦ ବ୍ୟାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ରାସ୍ତାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ।
ପାୱାର ହାଉସ୍ ସ୍କୋୟାର ଆଡ଼କୁ ବାଟ ବଦଳାଇ ଯିବା ଆସିବା କରିପାରିବେ ।
ଲୋକ ଭବନରୁ ରବୀନ୍ଦ୍ର ମଣ୍ଡପ ଯିବାକୁ ଗାଡ଼ି ଶାସ୍ତ୍ରୀ ନଗର ଛକ ଦେଇ ଯିବେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment