BREAKING
Loading...
:

ଭରା ନାଳରେ ଖଟିଆରେ ବୁହା ହେଲା ଦୁଇ ଭାଇଙ୍କର ମୃତଦେହ

 ଭରା ନାଳରେ ଖଟିଆରେ ବୁହା ହେଲା ଦୁଇ ଭାଇଙ୍କର ମୃତଦେହ l



ପରଜଙ୍ଗ , ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ଝରାପାଳ ଗାଁରେ ଅଭାବନୀୟ ଘଟଣା l ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଖଟିଆରେ ଭରା ନାଳରେ ବୁହା ହେଲା ଦୁର୍ଘଟଣାରେ ମୃତ ଦୁଇ ଭାଇଙ୍କର ମୃତ ଦେହl ଦଦରାଘାଟି ଡ୍ୟାମ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଭାଇ ଗଣେଶ୍ୱର ସିଂହ ଓ ରଞ୍ଜନ ସିଂହଙ୍କ ମୃତ୍ୟୁ ଘଟିଥିଲା ।ସୂଚନା ଅନୁସାରେ, ତିନିଜଣ ଏକ ବାଇକରେ ଘରକୁ ଫେରୁଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗଣେଶ୍ୱର ଓ ପରେ ରଞ୍ଜନଙ୍କ ମୃତ୍ୟୁ ଘଟିଥିବାବେଳେ ଅଜୟ ମୁଣ୍ଡା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ତେବେ ମୃତଦେହ ଗାଁକୁ ଆଣିବା ସମୟରେ ଆଉ ଏକ ସମସ୍ୟା ସାମ୍ନାକୁ ଆସିଥିଲା। ବଗଛେରା ନାଳରେ ପାଣି ଭରିଥିବାରୁ ଆମ୍ବୁଲାନ୍ସ ଗାଁ ନିକଟକୁ ଯାଇପାରିନଥିଲା। ଫଳରେ  ଗ୍ରାମବାସୀଙ୍କ ସହଯୋଗରେ ଖଟିଆରେ ମୃତଦେହ ବୋହି ଗାଁକୁ ନିଆଯାଇଥିଲା।ଏହି ଘଟଣା ପରେ ବର୍ଷା ଦିନରେ ଝରାପାଳ ଗାଁକୁ ଯାତାୟାତ ସୁବିଧା ଏବଂ ନାଳ ଉପରେ ଯାତାୟାତ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ସେପଟେ ଦୁଇ ଭାଇଙ୍କର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS