*ପ୍ରତିଷ୍ଠାତା ଡ଼ାକ୍ତର ଅର୍ଜୁନ ସାହୁଙ୍କ "୧୧ତମ" ଶ୍ରାଦ୍ଧ ବାର୍ଷିକୀ(ତାରିଖ ଅନୁସାରେ)ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର"*
*ବ୍ରହ୍ମପୁର, -:* ଭାରତର ସ୍ୱୀକୃତି ପ୍ରାପ୍ତ ସମସ୍ତ ଚିକିତ୍ସା ଶାସ୍ତ୍ର ତଥା ବିଭିନ୍ନ ଚିକିତ୍ସା ଶାସ୍ତ୍ରର ଅଭିଜ୍ଞ ଡାକ୍ତର ମାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଥିବା ଓଡ଼ିଶାର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ *“ଡାକ୍ଟର୍ସ ଫୋରମ୍, ବ୍ରହ୍ମପୁର”* ର *ପ୍ରତିଷ୍ଠାତା ର ସ୍ୱର୍ଗତ ଡାକ୍ତର ଅର୍ଜୁନ ସାହୁଙ୍କ ୧୧ତମ ଶ୍ରାଦ୍ଧ ବାର୍ଷିକୀ (ତାରିଖ ଅନୁସାରେ)* ଅବସରରେ ସ୍ଥାନୀୟ ବାବାଜୀତୋଟା ସାହିସ୍ଥିତ ଫୋରମ୍ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ଦନ୍ତ ସ୍ୱାସ୍ଥ୍ୟ ପରୀକ୍ଷା, ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ସକାଳ ୦୮:୦୦ ଘଟିକାରୁ ୧୧:୦୦ ଘଟିକା ପର୍ଯ୍ୟନ୍ତ ଆୟୋଜିତ ଏହି ଜନହିତକର କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନଙ୍କ ସମେତ ଅର୍ଜୁନ ହସ କ୍ଲବର ବହୁ ବରିଷ୍ଠ ସଦସ୍ୟ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମର ସୁଯୋଗ ନେଇଥିଲେ।
ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିରକୁ ଡାକ୍ଟର୍ସ ଫୋରମ୍, ବ୍ରହ୍ମପୁରର ସାଧାରଣ ସମ୍ପାଦକ ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ, ଡାକ୍ତର ରାମଚନ୍ଦ୍ର ରଥ, କୋଷାଧ୍ୟକ୍ଷ ଡାକ୍ତର ସମରେନ୍ଦ୍ର କୁମାର ସାହୁ ଏବଂ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଂସ୍କୃତି କୁମାରୀ ସାହୁ,ଡାକ୍ତର ସି.ଏଚ୍.ଗାନ୍ଧୀ ଚୌଧୁରୀ ସୁଚାରୁରୂପେ ପରିଚାଳନା କରିଥିଲେ।
ଏହି ଜନହିତକର କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ *“ସତ୍ୟାର୍ଯୁନ ଫାଉଣ୍ଡେସନ”* ପକ୍ଷରୁ *ଡାକ୍ତର ସମରେନ୍ଦ୍ର କୁମାର ସାହୁ ପ୍ରତି ମାସର ତୃତୀୟ ରବିବାର ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର* ନିୟମିତ ଭାବେ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ।
ଶେଷରେ ସ୍ୱର୍ଗତ ଡାକ୍ତର ଅର୍ଜୁନ ସାହୁଙ୍କ ଆତ୍ମାର ସଦ୍ଗତି ଓ ଶାନ୍ତି କାମନା କରି ଉପସ୍ଥିତ ସମସ୍ତ ସଦସ୍ୟ, ଅତିଥି ଓ ଶୁଭେଚ୍ଛୁମାନେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق