ଫରେଷ୍ଟର ଙ୍କର ଅବହେଳା ପାଇଁ କେନାଲରେ ପଡି ଅସୁସ୍ଥ ହାତୀ ମୃତ।
ପରିଚାଳନା ଗତ ତ୍ରୁଟି ପାଇଁ କେନାଲ ଦିଗକୁ ଦୌଡ଼ି ପଳାଉଥିବା ବେଳେ କେନାଲରେ ପଡି ହାତୀ ର ହୋଇଛି ମୃତ୍ୟୁ।
ହିନ୍ଦୋଳ,ଢେଙ୍କାନାଳ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନବିଭାଗ ସବୁବେଳେ ଚର୍ଚ୍ଚାରେ।ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ସହିତ ବିଭିନ୍ନ କାରଣ ପାଇଁ ହାତୀ ମୃତ୍ୟୁ ଥମିବାରେ ନାମ କରୁନି ହିନ୍ଦୋଳ ବନାଞ୍ଚଳ ରେ। ଅଳ୍ପ ଦିନର ବ୍ୟବଧାନ ରେ ବିଭିନ୍ନ କାରଣ ପାଇଁ ହାତୀ ମୃତ୍ୟୁବରଣ କରିଥିବା ବେଳେ ପୁଣି ଗୋଟିଏ ହାତୀର ମୃତ୍ୟୁ ଜଙ୍ଗଲ ଓ ପଶୁପ୍ରେମୀଙ୍କ ଭିତରେ ନୈରାଶ୍ୟ ଖେଳାଇଦେଇଛି।
ଖବରରୁ ପ୍ରକାଶ ଢେଙ୍କାନାଳ ବନଖଣ୍ଡ ଅଧୀନ ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ ଅନ୍ତର୍ଗତ ନୂଆକୋଟ ଜଙ୍ଗଲରେ ଏକ ୫ବର୍ଷୀୟ ଦନ୍ତା ହାତୀ ଅସୁସ୍ଥ ଥିବାରୁ ହିନ୍ଦୋଳ ବନବିଭାଗ ପକ୍ଷରୁ ତାହାର ଚିକିତ୍ସା ଜାରି ରହିଥିଲା। ମାତ୍ର ଗତଦୁଇ ଦିନ ତଲେ ହାତୀଟି ନୂଆକୋଟ ଗ୍ରାମ ନିକଟରେ ଯାଇଥିବା କେନାଲ ଦିଗକୁ ଆସି କେନାଲରେ ପଡିଯାଇଥିଲା ଏବଂ ଘଟଣା ସ୍ଥଳରେ ହାତୀଟି ମୃତ୍ୟୁବରଣ କରିଥିଲା।
ତେବେ ଖବରପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର,ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀ ବନବିଭାଗ କର୍ମଚାରୀ ଙ୍କ ସହିତ ପହଂଚି ମୃତ ଦେହ ଉଦ୍ଧାର କରିବାସହ ଡାକ୍ତରୀ ଟିମଦ୍ୱାରା ଶବ ବ୍ୟବଚ୍ଛେଦ କରିବାପରେ ହାତୀଟିକୁ ପୋତି ଦେଇଥିଲେ। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ହାତୀ ମୃତ୍ୟୁରେ କାରଣ ଜଣାପଡିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।
ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଂଚି ଖବର ସଂଗ୍ରହ ପାଇଁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ଫରେଷ୍ଟର ବାରଣ କରିବାକୁ ଉଦ୍ୟମ କରିବା, ହାତୀ ମୃତ୍ୟୁ କାରଣ ଓ ସ୍ଥାନକୁ ଲୁଚାଇବା ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ ଥିବାବେଳେ ଦାୟିତ୍ୱରେ ଥିବା ଫରେଷ୍ଟରେ ଙ୍କ ଅବହେଳା ଓ ଭୁଲ ପରିଚାଳନା ପାଇଁ ହାତୀଟି ଜଙ୍ଗଲ ଦିଗକୁ ନଯାଇ କେନାଲ ଦିଗକୁ ଦୌଡ଼ି ଆସିବାରୁ ଖସିପଡି ମୃତ୍ୟୁ ବରଣ କରିଥିବା ଆଲୋଚନା ହେଉଛି।
ହିନ୍ଦୋଳରେ ଅନେକ ସମୟରେ ହାତୀ ମୃତ୍ୟୁ ପାଇଁ ବୁଦ୍ଧିଜୀବୀ,ଜଙ୍ଗଲ ଓ ପଶୁପ୍ରେମୀ ମାନେ ଉଦବେଗ ପ୍ରକାଶ କରି ହାତୀ ମୃତ୍ୟୁ ଓ ହାତୀ ଆକ୍ରମଣ ଜନିତ ମଣିଷ ମୃତ୍ୟୁ ରୋକିବା, ଆବଶ୍ୟକ ସୋଲାର ଲାଇଟ ଲଗାଇବା, ସଠିକ ସଚେତନତା କରାଇବାସହ ବନବିଭାଗ କୁ ଆହୁରି କ୍ରିୟାଶୀଳ କରାଇବାକୁ ଦାୟିତ୍ୱରେ ଫରେଷ୍ଟରଙ୍କ ଅବହେଳା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق