BREAKING
Loading...
:

ଭାରତୀୟ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଲେ ଢେଙ୍କାନାଳର ଝିଅ ଦିବ୍ୟଦର୍ଶିନୀ! 🇮🇳

 ଭାରତୀୟ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଲେ ଢେଙ୍କାନାଳର ଝିଅ  ଦିବ୍ୟଦର୍ଶିନୀ! 🇮🇳✨



କାଶୀପୁର,ଗନ୍ଦିଆ,ଢେଙ୍କାନାଳ।


        ​ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ କାଶୀପୁର ଗ୍ରାମପଞ୍ଚାୟତର ଭାଲିଆପାଟ ଗ୍ରାମର ସୁପୁତ୍ରୀ ସୁଶ୍ରୀ #

ଦିବ୍ୟଦର୍ଶିନୀ ପ୍ରଧାନ ଆସନ୍ତା ୨୯/୦୯ ତାରିଖରେ ହେବାକୁ ଥିବା ଭାରତ_ଅଷ୍ଟ୍ରେଲିଆ ମହିଳା କ୍ରିକେଟ ମ୍ୟାଚ୍ ପାଇଁ  ଭାରତୀୟ ମହିଳା ‘ଏ’ ଦଳରେ ମନୋନୀତ ହୋଇଛନ୍ତି।

​ନିଜର ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଓ ଦୃଢ଼ ସଂକଳ୍ପ ବଳରେ ସେ ଏହି ବଡ଼ ସଫଳତା ହାସଲ କରି ସମଗ୍ର ଢେଙ୍କାନାଳ ଜିଲ୍ଲା ତଥା ଓଡ଼ିଶାବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି।

        ତାଙ୍କୁ ଅଶେଷ ଶୁଭେଚ୍ଛା।ଦେଶ ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି  ଦଳକୁ ବିଜୟୀ କରାଇବେ ବୋଲି ଓଡ଼ିଶା ବାସୀ ଙ୍କ ବିଶ୍ୱାସ ।ନିଜର ପରିଶ୍ରମ ଦ୍ୱାରା ଭବିଷ୍ୟତରେ ସେ ଭାରତୀୟ ଜାତୀୟ ଦଳର ପ୍ରତିନିଧିତ୍ୱ କରନ୍ତୁ ବୋଲି ଢେଙ୍କାନାଳ ବାସୀ ଙ୍କର ଆଶା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS