BREAKING
Loading...
:

ନିଶା ବିରୋଧରେ ଗର୍ଜିଲେ ଛାତ୍ରୀ: ନିଶାମୁକ୍ତ ସମାଜ ଗଠନ ପାଇଁ ନେଲେ ଶପଥ ।

 



ନିଶା ବିରୋଧରେ ଗର୍ଜିଲେ ଛାତ୍ରୀ: ନିଶାମୁକ୍ତ ସମାଜ ଗଠନ ପାଇଁ ନେଲେ ଶପଥ ।

ବେଲଗୁଣ୍ଠା,  ନିଶାମୁକ୍ତ ସମାଜ ଗଠନ ପାଇଁ ଛାତ୍ରୀଙ୍କ ସଚେତନତା ଓ ସକ୍ରିୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବାର୍ତ୍ତା ନେଇ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତି ଶ୍ରୀ ସେଲ୍‌ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଛି।

ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଅଧ୍ୟାପକ ଅଶୋକ କୁମାର ସ୍ବାଇଁ ଯୋଗଦେଇ ନିଶା ସେବନର କୁପ୍ରଭାବ ଓ ଏହାଦ୍ୱାରା ପରିବାର ତଥା ସମାଜରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଛାତ୍ରୀମାନେ ସୁନ୍ଦର ସମାଜ ଗଠନର ମୂଳ ଉତ୍ସ।” ଛାତ୍ରୀଙ୍କ ସଚେତନତା ଓ ପ୍ରଚେଷ୍ଟା ଘରଠାରୁ ସମାଜ ପର୍ଯ୍ୟନ୍ତ ନିଶା ବିରୋଧୀ ଚେତନା ସୃଷ୍ଟି କରିପାରିବ ବୋଲି ସେ ମତ ଦେଇଥିଲେ।

ଶକ୍ତି ଶ୍ରୀ ସେଲ୍‌ ସଂଯୋଜିକା ପିଙ୍କି ପାତ୍ର ନିଶା ସେବନର ଦୁର୍ଦ୍ଦଶା ଓ ଏହାର ଦୂରଗାମୀ ପ୍ରଭାବ ସମ୍ପର୍କରେ ସଚେତନ କରାଇଥିଲେ। ପରେ ଛାତ୍ରୀମାନେ ନିଶା ସେବନରୁ ଦୂରେଇ ରହିବା ସହ ନିଶା ନିବାରଣ ନିମନ୍ତେ ସାମୂହିକ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS